ଭୁବନେଶ୍ୱର, ନିରପେକ୍ଷ ଖବର: ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ମିଳିତ ଆନୁକୂଲ୍ୟରେ ଯାଜପୁର ସଦର ଆଇ.ଆଇ.ସି ଶ୍ରଯୁକ୍ତ ବଂଶୀଧର ବେହେରା ଏବଂ ଏ.ଏସ.ଆଇ ଶ୍ରୀଯୁକ୍ତ ବିଶ୍ୱନାଥ ଦତ୍ତ ଙ୍କୁ ସାମାଜିକ କ୍ଷେତ୍ରରେ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ କରୁଥିବାରୁ ଏବଂ ଲୋକ ମାନଙ୍କୁ ସଚେତନ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କରୋନା ଯୋଧ୍ୟା ସଂମ୍ମାନରେ ସଂମ୍ମାନିତ କରାଯାଇ ମାନପତ୍ର,ଉତ୍ତରୀୟ ଓ ପୁଷ୍ପଗୁଛ ଅର୍ପଣ କରାଯାଇଥିଲା। ସମସ୍ତ ଅଧିକାରୀ ଗଣ ଜଗନାଥଙ୍କ ନିକଟରେ ଉଭୟଙ୍କ ପାଇଁ ସୁଖ , ଶାନ୍ତି ଓ ସମୃଦ୍ଧି ସଦା ସର୍ବଦା ଭରି ରହୁ ବୋଲି ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ପକ୍ଷରୁ ୧-ପଣ୍ଡିତ ଅରୁପାନନ୍ଦ ଦତ୍ତ (ପ୍ରଦେଶ ଉପାଧ୍ୟକ୍ଷ ) ୨- ରାଜେନ୍ଦ୍ର ଦାଶ (ରାଷ୍ଟ୍ରୀୟ ଉପାଧ୍ୟକ୍ଷ ) ୩-ଦୀପକ କୁମାର ଷଡଙ୍ଗୀ (ପ୍ରଦେଶ ସଚିବ) ୪- ବିଶ୍ବମ୍ବର ରଥ (ଉପାଧ୍ୟକ୍ଷ) ୫- ତପନ କୁମାର ମିଶ୍ର (ଜିଲ୍ଲା ସଚିବ) ୬ -ସୁରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
