ଭୁବନେଶ୍ୱର,ନିରପେକ୍ଷ ଖବର : ମହାମାରୀ କରୋନା ସମୟରେ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି | ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ରବିବାର ବି ଏମ ସି ର 11ନଂ ୱାର୍ଡରେ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସକାଳୁ ୱାର୍ଡର ବିଭିନ୍ନ ଅଞ୍ଚଳ ସମେତ ଘରକୁ ଘର ବୁଲି ଵି ଜେ ଡ଼ି କର୍ମୀମାନେ ସାନିଟାଈଜ଼ କରିବା ସହିତ ବ୍ଲିଚିଙ୍ଗ ପକାଇ ଲୋକଙ୍କୁ ସଚେତନ କରିଥିଲେ | ଏ କାର୍ଯ୍ୟକ୍ରମ ବି ଜେ ଡ଼ି ଜିଲ୍ଲା ସମ୍ପାଦକ ପୁରଞ୍ଜନ ପାଢ଼ୀ ଙ୍କ ନେତୃତ୍ୱ ରେ କରାଯାଇଥିଲା | ଏଥିରେ ବି ଜେ ଡ଼ି ଉପଦେଷ୍ଟା ଅଜୟ କୁ ଜେନା, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ନେତା ସମ୍ବିତ ମହାନ୍ତି, ଆଦିତ୍ୟ ସେଠୀ, ସୁସଂବିତ ସ୍ୱାଇଁ, ବିଶ୍ବଜିତ ବେହେରା, ଆଦିତ୍ୟ ପ୍ରତାପ, ପଙ୍କଜ, କୃତି ସୁନ୍ଦର, ଦୀପକ ରଞ୍ଜନ ବେହେରା, ଦିପୁନ ବେହେରା, ଚିତ ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |
