ଭୁବେନଶ୍ବର ନିରପେକ୍ଷ ଖବର:ତା ୩୦/୦୮ ୟୁନିଟ୍-୮ ଡି .ଏ .ଭି ପବ୍ଲିକ୍ ସ୍କୁଲର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ନିମନ୍ତ୍ରୀତ 8ହୋଇଥିବା ସ୍ବତନ୍ତ୍ର ଅତିଥି ଓ କର୍ମାଚାରୀମାନେ କୋଭିଡି-୧୯ ନିୟମ ପାଳନ କରି ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ୫୦ ଯଜ୍ଞ କୁଣ୍ଡ ରଖାଯାଇ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମାଙ୍ଗଳିକ କାର୍ଯ୍ୟରେ ବିଦ୍ୟାଳୟର ସଭାପତି ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେ.ସି ଶତପଥି, ସହ ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସଜାତା ସାହୁ, ମ୍ୟାନେଜର ଡଃ ଡି.ଏନ ମିଶ୍ର,ପୂର୍ବତନ ଅଧ୍ୟକ୍ଷା ଡଃ ଭାଗ୍ୟବତୀ ନାୟକ, ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ। ଏହା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ଉକ୍ତ ବୈଦିକ କାର୍ଯ୍ୟରେ ଅଶଂଗ୍ରହଣ କରିଥିଲେ। କରୋନା ଭୂତାଣୁ ସଂକ୍ରମଣରୁ ସମସ୍ତଙ୍କୁ ରକ୍ଷା କରିବା ପାଇଁ ଯଜ୍ଞରେ ଅଶଂଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ପବିତ୍ର ବେଦ ଧ୍ବାନୀ ଉଚ୍ଚାରଣ କରିବା ସହିତ ଘ୍ତାହୁତି ପ୍ରଦାନ କରିଥିଲେ। ପରେ ପରେ ବିଦ୍ୟାଳୟର ଅଟଳ ଟିକରିଂ ଲାବ୍ ଦ୍ବାରା ପ୍ରସ୍ତୁତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ଏକ ବିଶେଷ ପ୍ରକଳ୍ପ ‘‘ନୋଭସ୍ ଏକ୍ସପୋଜ’’ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ସ୍ବରୂପ ଉନ୍ମୋଚିତ ହୋଇଥିଲା।
