Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ

0

ଭୁବନେଶ୍ୱର,ନିରପେକ୍ଷ ଖବର : ଇଂରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ଗତକାଲି ବନ୍ୟାର ତାଣ୍ଡବରେ ପାଣିଘେରରେ ଭୋକ ଉପାସ ଛାତ ଉପରେ, ବନ୍ଧ ଉପରେ ଖରା, କାକର, ବର୍ଷା ଭିତରେ ପଡ଼ି ରହିଥିବା ଗାଁ ଦେକନ୍ଧା, ଶିମିଳି ପାଟଣା, ଘରଛିଆ, ମାଟିଆ ପଡ଼ା ପ୍ରଭୃତି ପାଣିଘେରରେ ରହିଥିବା ଗ୍ରାମବାସୀଙ୍କ ନିକଟରେ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ ପାଲଟାସିଂହ ନେତୃତ୍ୱରେ ପାଇକମାନେ ରିଲିଫ୍ ବଣ୍ଟନ କରିଥିଲେ । ଡ଼ଙ୍ଗା ସାହାଯ୍ୟରେ ପ୍ରତ୍ୟେକ ଅଞ୍ଚଳକୁ ଗ୍ରସ୍ଥ କରି ଶୁଖିଲା ଖାଦ୍ୟ, ଦିଆସିଲି, ମଶାତେଲ, ଧୂପ, ପାଉରୁଟି, ବିସ୍କୁଟ୍‌, ଫଳରସ ପ୍ୟାକେଟ୍‌, ପାଣି ବଟଲ୍‌, ମସଲା ବଟା ପ୍ୟାକେଟ୍ ପ୍ରଭୃତି ବଣ୍ଟନ କରାଯାଇଥିଲା । ପ୍ଲାନେଟ୍ ଡ଼େଭଲପ୍‌ମେଣ୍ଟ ଫାଉଣ୍ଡେସନ୍‌ର ସମ୍ପାଦକ ସତ୍ୟଜିତ୍ ମହାନ୍ତି ଓ ଅଧିବକ୍ତା ବେହେରା ଭବାନୀ ଶଙ୍କର ନାୟକ ବରିଷ୍ଠ ଯୁବ ସାମ୍ବାଦିକ ରାଜୀବ ନୟନ ରଥ ସହାୟତାର ହାତ ବଢାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ କରୋନା ମହାମାରୀ ସମୟରେ କରାଳ ବନ୍ୟା ଏହି ଅଞ୍ଚଳରେ ଜନସାଧାରଣଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି । ଶହ ଶହ ଏକର ଚାଷଜମି ନଷ୍ଟ ହୋଇଯାଇଛି । ପରିବା ଚାଷିଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଛି । ଏହି ଅବସରରେ ପାଇକ ମହାସଂଘ ପକ୍ଷରୁ ରାଜ୍ୟସରକାରଙ୍କୁ ଦାବି କରାଯାଇଛି ଏହି ଅଂଚଳରେ ଚାଷି ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାପାଇଁ । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ଏହି ଅଂଚଳର ଦଳବେହେରା ନିରଞ୍ଜନ ପଶ୍ଚିମ କବାଟ, ମନୋରଞ୍ଜନ ପଶ୍ଚିମ କବାଟ, ପାଇକ ବିଶାରଦ କେଦାର ଦାସ, ରାଜ୍ୟ ଉପଦେଷ୍ଟା ବିଭୁତି ସ୍ୱାଇଁ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିଆରସିଂହ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ସମ୍ପାଦକ ବିଜୟ ବେହେରା, ସମାଜସେବୀ ସମରଂଜନ ମହାନ୍ତି, ପ୍ରଭାକର ପାଲଟାସିଂହ, ପ୍ରଦୀପ୍ତ ମାନସିଂହ, ବିନୋଦ ମାଝି ପ୍ରଭୁଖ ଯୋଗ ଦେଇଥିଲେ ।

Mo sapath

Leave A Reply

Your email address will not be published.