Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ପାଳିତ

ସମ୍ମାନିତ ହେଲେ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

0

ଭୁବନେଶ୍ୱର,ନିରପେକ୍ଷ ଖବର:, ୦୨/୧୦ : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି  । ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ କଟକଣା ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ. ଅଚ୍ୟୁତ ସାମନ୍ତ (ସାଂସଦ, କନ୍ଧମାଳ) ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ବେଳେ ଡଃ ସୂର୍ଯ୍ୟନାରାୟଣ ପାତ୍ର (ବାଚସ୍ପତି, ଓଡ଼ିଶା ବିଧାନସଭା) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ  । ଏଥି ସହ ଶ୍ରୀମତୀ ପଲ୍ଲୀ ପଟ୍ଟନାୟକ (ଅଧ୍ୟକ୍ଷା, ମଦର୍ସ ପବ୍ଲିକ୍ ସ୍କୁଲ୍‌) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ  । ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ପାର୍ଥଜିତ୍ ପଟ୍ଟନାୟକ (ମୁଖ୍ୟ ପରିଚାଳନା ସମ୍ପାଦକ, ଫାଲ୍‌କନ୍ ରିୟଲ୍ ଇଷ୍ଟେଟ୍‌), ଶ୍ରୀଯୁକ୍ତ ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ) ଯୋଗଦାନ କରିଥିଲେ  । ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପତ୍ରିକାର ଦୀର୍ଘ ୯ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ  । ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ଚଳିତ ବର୍ଷ ମହାମାରୀ ମୁକାବିଲା ପାଇଁ ଲୋକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ  । ମଞ୍ଚ ସଭା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି” ଭାବେ ସମ୍ବର୍ଦ୍ଧିତ କରାଯିବା ସହ ୫ଜଣ ସ୍ୱତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା  । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପଥପ୍ରଦର୍ଶକ ଶ୍ରୀଯୁକ୍ତ ବ୍ରାଡ୍ ମିଶ୍ର ଓ ଉପଦେଷ୍ଟା ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି ଯୋଗ ଦେଇଥିଲେ ଏବଂ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ମହାରଣା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ  । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ  ।

Mo sapath

Leave A Reply

Your email address will not be published.