Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଡିଏଲ୍ / ଆରସି ପାଖରେ ନଥିଲେ ବି ଟ୍ରାଫିକ ପୁଲିସ୍ ଦେଖାଇ ପାରିବେନି ନାଲିଆଖି…..

ଗାଡି ଚାଳକଙ୍କ ପାଇଁ ବଜାରକୁ ଆସିଲା ନୂଆ ଆପ୍.....

0

*ଭୁବନେଶ୍ୱର, (ନିରପେକ୍ଷ ଖବର  ) ୬/୯/୧୯: ଗାଡି ଚାଳକଙ୍କ ପାଇଁ ବଜ଼ାରକୁ ଆସିଲା ନୂଆ ଆପ। ଗାଡି ଚାଳକମାନଙ୍କୁ ଏଣିକି ହାତରେ କାଗଜପତ୍ର ଧରି ବୁଲିବାକୁ ପଡିବ ନାହିଁ । ପାଖରେ ଡିଏଲ୍ / ଆରସି ନଥିଲେ ବି କଟିବନି ଚାଲାଣ। ଏମ୍ ପରିବହନ ଆପରେ ଗାଡି ମାଲିକଙ୍କ ନାଁ , ରେଜିଷ୍ଟ୍ରେସନ୍ ତାରିଖ ,ମଡଲ୍ ନମ୍ବର ଏବଂ ଇନ୍ସୋରାନ୍ସର ବୈଧତା ଆଦି ସବୁକିଛି ବିବରଣୀ ଏହି ଆପରେ ରଖାଯାଇଛି। ରାସ୍ତାରେ ଗାଡି ଚଳାଉଥିଲା ବେଳେ ଟ୍ରାଫିକ ପୁଲିସ ଧରିଲେ ଆପଣ ଏହି ଡିଜିଲକର୍ ଆପ୍ ମାଧ୍ୟମରେ ଆରସି , ଲାଇସେନ୍ସ ଏବଂ ଇନ୍ସୋରାନ୍ସର କପି ଡାଉନଲୋଡ୍ କରି ଟ୍ରାଫିକ୍ ପୁଲିସଙ୍କୁ ଦେଖାଇପାରିବେ । ଭାରତ ସରକାରଙ୍କ ପରିବହନ ମନ୍ତ୍ରାଳୟ ଆଇଟି ଆକ୍ଟ ଅନୁସାରେ , ଡିଜିଲକର ଏବଂ ଏମ୍ ପରିବହନରେ ଥିବା ଦସ୍ତାବିଜର ଇଲେକ୍ଟ୍ରୋନିକ୍ କପିଗୁଡିକ ମୂଳ ଦସ୍ତାବିଜ୍ ଭଳି ଦେଖାଯାଉଛି । ଯଦି କୌଣସି ଯାତ୍ରୀ କିମ୍ବା ଗାଡି ଚାଳକଙ୍କ ପାଖରେ ଏହି ଆପର ମୂଳ ଦସ୍ତାବିଜ୍ ଅଛି ତେବେ ତାଙ୍କୁ କାଗଜପତ୍ର ଧରି ବୁଲିବାର କୌଣସି ଆବଶ୍ୟକତା ନାହିଁ । ତେବେ ଏହି ଆପକୁ ଡାଉନଲୋଡ୍ କରି ଆପଣ ଏବେ ସବୁ ସମସ୍ୟାର ସମାଧାନ କରିପାରିବେ।
*କେମିତି ଏହି ଆପକୁ ଡାଉନଲୋଡ କରିବେ* ..
ପ୍ରଥମେ ଆପଣଙ୍କ ମୋବାଇଲ କିମ୍ବା ଲାପଟୋପରେ ଡିଜିଲକର୍ ଆପକୁ ଡାଉନଲୋଡ କରନ୍ତୁ । ଆପ ଡାଉନଲୋଡ ହେବାପରେ ସାଇନ୍ ଅପ୍ କରିବା ପାଇଁ ମୋବାଇଲ୍ ନମ୍ବର ଏଣ୍ଟର କରନ୍ତୁ । ଆପଣଙ୍କ ମୋବାଇଲ୍ କୁ ଗୋଟିଏ ଓଟିପି କୋଡ୍ ଆସିବ ଯାହାକୁ ଏଣ୍ଟର କରି ଭେରିଫାଇ କରନ୍ତୁ । ଏବେ ଲଗଇନ୍ କରିବା ପାଇଁ ୟୁଜର୍ ନାଁ ଏବଂ ପାସୱାର୍ଡ ସେଟ୍ କରନ୍ତୁ । ଏହାପରେ ଆପଣଙ୍କ ଡିଜିଲକର୍ ଆକାଉଣ୍ଟ୍ ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ନିଜ ଡିଜିଲକର୍ ଆକାଉଣ୍ଟ୍ ରେ ଆଧାର ନମ୍ବର ପ୍ରମାଣିତ କରିବାକୁ ପଡିବ । ଏହାପରେ ଆଧାର ଡାଟାବେସରେ ଆପଣଙ୍କ ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟର୍ ଥିବ ଏଥିରେ ଗୋଟିଏ ଓଟିପି ଆସିବ ଯାହାକୁ ଏଣ୍ଟର କରିବା ପରେ ଆପଣଙ୍କ ଆଧାର ପ୍ରମାଣିତ ହୋଇଯିବ । ବର୍ତ୍ତମାନ ଆପଣ ଡିଜିଲକର୍ ଆପ୍ ମାଧ୍ୟମରେ ଆରସି , ଲାଇସେନ୍ସ ଏବଂ ଇନ୍ସୋରାନ୍ସର କପି ଡାଉନଲୋଡ୍ କରିପାରିବେ ଏବଂ ଟ୍ରାଫିକ୍ ପୋଲିସଙ୍କୁ ଦେଖାଇପାରିବେ । ଏମ୍ ପରିବହନ ଆପ୍ ରେ ଗାଡି ମାଲିକଙ୍କ ନାଁ , ରେଜିଷ୍ଟ୍ରେସନ୍ ତାରିଖ ,ମଡଲ୍ ନମ୍ବର ଏବଂ ଇନ୍ସୋରାନ୍ସର ବୈଧତା ଆଦି ବିବରଣୀ ରହିଥାଏ । ଆପଣଙ୍କୁ କୌଣସି କାଗଜପତ୍ର ସାଙ୍ଗରେ ନେଇ ଚାଲିବାକୁ ପଡିବ ନାହିଁ । ଟ୍ରାଫିକ୍ ପୋଲିସ୍ ନିଜ ପାଖରେ ଥିବା ମୋବାଇଲରୁ ଡ୍ରାଇଭର୍ କିମ୍ବା ପରିବହନର ବିବରଣୀ ନେବାପାଇଁ କ୍ୟୁଆର୍ କୋଡ୍ ଜରିଆରେ ଡାଟାକୁ ବାହାର କରି ଦେଖିପାରିବେ ଏବଂ ଡ୍ରାଇଭର୍ ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଘଂନର ସମ୍ପୁର୍ଣ୍ଣ ରେକର୍ଡ ବି ରଖିପାରିବେ ।

Mo sapath

Leave A Reply

Your email address will not be published.