Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କର ୧୨୧ତମ ପୂଣ୍ୟଜନ୍ମତିଥି ରାଜ୍ୟସ୍ତରୀୟ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କମିଟି ପକ୍ଷରୁ ଲୋୟର ପିଏମଜି ଏବଂ ଏକାମ୍ର ନିବାସରେ ପାଳିତ ହୋଇଯାଇଛି । ଏହି କମିଟିର ସ୍ଥାୟୀ ସାଧାରଣ ସଂପାଦକ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟିର ସ୍ଥାୟୀ ସଭାପତି ତଥା ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଭିଡିଓବାର୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସଭାରେ ଉପସ୍ଥିତ ଅତିଥି ଏବଂ ହରେକୃଷ୍ଣ ମହତାବପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନ ତଥା ଓଡ଼ିଶା ବିକାଶର ପ୍ରାଣକେନ୍ଦ୍ର ଥିଲେ ଡଃ. ମହତାବ । ଭୁବନେଶ୍ୱର ରାଜଧାନୀ ସହ ସାରା ରାଜ୍ୟରେ ଶିକ୍ଷାର ବିକାଶ, କୃଷି ଏବଂ ବିଶେଷକରି ଗମନାଗମନର ବିକାଶ ଉପରେ ତାଙ୍କ ଶାସନ ସମୟରେ ସେ ଅଧିକ ଗୁରୁତ୍ୱ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ ବାର୍ତାରେ ଡଃ. ମହତାବଙ୍କର ସ୍ମୃତିଚାରଣ କରିବା ସହ ଗଡ଼ଜାତ ମିଶ୍ରଣରେ ମହତାବଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ମହତାମ ହେଉଛନ୍ତି ଓଡ଼ିଆଲୋକଙ୍କ ପରିଚୟ । ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବରେ ଯୋଗଦେଇ କହିଥିଲେ ଯେ ଆଜିର ବିଶାଳ ଭୁବନେଶ୍ୱରରେ ମହତାବଙ୍କ ସ୍ୱପ୍ନସାଧିତ ହୋଇଛି । ସ୍ୱାଧୀନତା ପରେ ପରେ ଓଡ଼ିଶା ବିକାଶର ଦାୟିତ୍ୱ ନେଲେ ମହତାବ । ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଜାତୀୟସ୍ତରରେ ମହତାବଙ୍କର ଉପସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ସହ ସ୍ୱାଧୀନତା ପୂର୍ବ ଓ ପରବର୍ତୀ ମହତାବ ଯୁଗର ଘଟଣାବଳୀ ସମ୍ପର୍କରେ ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବଦିକ ଶ୍ରୀ ପ୍ରଶ୍ନନ ମହାନ୍ତି ମହତାବଙ୍କର ଉତୁଙ୍ଗ ନେତୃତ୍ୱ ଏବଂ ବ୍ୟକ୍ତିତ୍ୱ ଉପରେ ଉପରେ କହିଥିଲେ । ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ମହତାବଙ୍କ ଅବଦାନର ଉପଯୁକ୍ତ ମୂଲ୍ୟାୟନ ହୋଇନାହିଁ । ଓଡ଼ିଶା ସରକାର ମହତାବଙ୍କୁ ମରୋଣତର ଭାରତରତ୍ନ ସମ୍ମାନ ପାଇଁ କେନ୍ଦ୍ର ନିକଟରେ ଦାବି କରିବାପାଇଁ ଶ୍ରୀ ରାଉତରାୟ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ମହତାବ ଜୟନ୍ତୀ ସେ ବଂଚିଥିବା ପର୍ଯ୍ୟନ୍ତ ପାଳନ ହେଉଥିବା ଏବଂ ପରର୍ବତୀ ପର୍ଯ୍ୟାୟରେ ତାଙ୍କର ପୁତ୍ର ଶ୍ରୀ ମନ୍ମଥ ରାଉତରାୟ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ସେ କହିଥିଲେ ଏବଂ ଏକ ମାର୍କେଟ କମ୍ପେ୍ଲକ୍ସକୁ ମହତାବ ଜୟନ୍ତୀ କମିଟିକୁ ଉତ୍ସର୍ଗ କରିଥିଲେ । ସମାଜସେବୀ କ୍ୟାପ୍‌ଟେନ ମନ୍ମଥ ରାଉତରାୟ ମହତାବ ଜୟନ୍ତୀର ଧାରା ଅବ୍ୟାହତ ରହିବ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟର ବିଶିଷ୍ଟ ସାମ୍ବାଦିକ, ସମାଜସେବୀ, ଚିକିତ୍ସକ ମାନଙ୍କୁ ଭୟାବହ କରୋନା ମହାମାରୀ ସମୟରେ ସେମାନଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ଅଂଚଳରୁ ଆସିଥିବା ପାଇକମାନେ ସଭାସ୍ଥଳ ନିକଟରେ ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇଥିଲେ । ଏହାପରେ ଏକ ମୋଟର ସାଇକେଲ ରାଲି ଲୋୟର ପିଏମଜି ଠାରୁ ବାହାରି ପୂରୁଣା ଭୁବନେଶ୍ୱରରେ ଥିବା ମହତାବାଙ୍କର ବାସସ୍ଥାନ ଏକାମ୍ର ନିବାସ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଡଃ. ମହତାବ ଜାତୀୟ ସ୍ତରରେ ଓଡ଼ିଆଜାତିର ଟେକ ରଖିଥିଲେ । ତାଙ୍କର ନେତୃତ୍ୱ ନିକଟରେ ସମସ୍ତେ ମଥାନତ କରୁଥିଲେ । ରାଜ୍ୟ ବିକାଶରେ ତାଙ୍କର ସ୍ୱପ୍ନ ଆଜିବି ଅପୁରଣୀୟ । ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ ଏବଂ ନବଉତ୍କଳ ଗଠନରେ ମହତାବଙ୍କର ଅବଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିଖିତ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ମହତାବ ଜୀବନ ଦର୍ଶନ, ମୂଲ୍ୟବୋଧ ରାଜନୀତି, ସୃଜନୀ ଏବଂ ରାଷ୍ଟ୍ରଗଠନର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଥିଲେ ଯେ ସେ ଛାତ୍ର ଅବସ୍ଥାରେ ମହତାବଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ସହ ମହତାବଙ୍କୁ ଜୀବନରେ ନେତା, ଗୁରୁ ଏବଂ ଅଭିଭାବକ ଭାବେ ଗ୍ରହଣ କରିଥିଲେ । ସେ କହିଥିଲେ ମହତାବ ହିଁ ତାଙ୍କ ଜୀବନର ସୂର୍ଯ୍ୟ । ପାଇକ କଳା ପ୍ରଦର୍ଶନ କରିଥିବା ଅନୁଷ୍ଠାନ ମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାଶେଷରେ ଦରିଦ୍ର ନାରାୟଣ ସେବା ମଧ୍ୟ କରାଯାଇଥିଲା । ଜଟଣୀ ମ୍ୟୁନିସ୍‌ପାଲଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ । ଏହି ସସସ୍ତ କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ପ୍ରକାଶ ମହାନ୍ତି, ଦୁଃଶାସନ ସ୍ୱାଇଁ, ପ୍ରକାଶ ଜେନା, ତପନ କୁମର ଚକ୍ରବର୍ତୀ,ବାଙ୍ଗେଲା ମଲିଆ, କପିଳ ପଣ୍ଡା, ବିଷ୍ଣୁପ୍ରସାଦ ମୁଦୁଲି, ସୁଧାଂଶୁ ମୋହନ ପଟ୍ଟନାୟକ, ଅଭୟ ବଡ଼ଜେନା, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଦୀପକ ମହାପାତ୍ର, ବିଜୟ ଦ୍ୱିବେଦୀ, ସଂକୁନା କହଁର, ରାମଚନ୍ଦ୍ର ପରିଡ଼ା, ହରିହର ମଲ୍ଲିଆ, ନିଳମଣି ମିଶ୍ର, ସୁନିଲ ରାଉତରାୟ, ଲିଙ୍ଗରାଜ ସାହୁ, ରଣଜିତ ପାତ୍ର, ବଟକୃଷ୍ଣ ରାଉତରାୟ, ୟାସିର ନୱାଜ, ଜୟନ୍ତ ଭୋଇ, ତରୁଣ ମିଶ୍ର, ଶ୍ରୀବତ୍ସ ପତି, ବାବୁନା ପଡ଼ିଆରି, ମନୋରଞ୍ଜନ ରାଉତରାୟ, କଳିଙ୍ଗ ସାହୁ, ଦେବୀପ୍ରସାଦ ବାହାଲିଆ,ଧନେଶ୍ୱର ରାଉତରା, ଗିରିଜା ମହାପାତ୍ର, ତାପସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.