ଭୁବନେଶ୍ୱର,ନିରପେକ୍ଷ ଖବର:୦୪/୧୨ popଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସରେ ଶ୍ରୀ ଶ୍ରୀ ମହାବୀର ସାମାଜୀକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ କାରାଯାଇଛି। ୱାର୍ଡ ନଂ୩୯ ଅଧିନରେ ଥିବା ନୂଆସାହିର ଆଞ୍ଚଳିକ ବିକାଶ କେନ୍ଦ୍ରରେ ନୂଆସାହି ଓ ଶାସ୍ତ୍ରୀନଗର ର ୩୦ ଜଣ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତୀଥି ଭାବେ ଆଞ୍ଚଳିକ ବିକାଶ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ନାୟକ, ସାଧାରଣ ସଂପାଦକ ରାକେଶ କୁମାର ମହାନ୍ତି, ସମାଜସେବୀ ଅର୍ଜୁନ ବେହେରା, ଯୁବନେତା ପ୍ରଭୁଦତ୍ତ ସାମଲ, ଶୁଭେନ୍ଦୁ ନାୟକ, ଶାସ୍ୱତ୍ ଲେଙ୍କା, ରାକେଶ କୁମାର ଜାଲୀ ପ୍ରମୂଖ ଉପସ୍ଥିତ ଥିଲେ ।
