ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୧/୨୧
ମିସଡ୍ କଲ୍ ମାରିଲେ ଗ୍ୟାସ ଘରେ ପହଞ୍ଚିବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଗ୍ରାହକମାନେ ଏହି ସୁଵିଧା ପାଇବେ। ଖୁବ ଶୀଘ୍ର ଓଡ଼ିଶାରେ ସବୁ ଗ୍ରାହକଙ୍କୁ ଏହି ମିସଡ୍ କଲ୍ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ। ଏବଂ ଆଗାମୀ କିଛି ମାସରେ ଦେଶରେ ସୁବୁଠି ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି । ନୂଆବର୍ଷରେ ଏହା ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିପାଇଁ ଆଓସିଏଲକୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇଜ୍ ଅଫ୍ ଲିଭିଂକୁ ସର୍ବାଧିକ ପ୍ରାଥମିକତା ଦେଇଥିବା ବେଳେ ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ । ଅନେକ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆ ନେଇ ମଜାକ୍ କରୁଥିବା ବେଳେ ବର୍ତମାନ ଗୋଟିଏ ସୁଇଚ୍ ଟିପିଲେ ଘରେ ଗ୍ୟାସ ପହଁଚିବ। ଏହା କେବଳ ଡ଼ିଜିଟାଲ ଇଣ୍ଡିଆରେ ହିଁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ
ମୋଦିଙ୍କ ନେତୃତ୍ୱରେ କେବଳ ସମ୍ପନ୍ନ ଘର ଲୋକଙ୍କ ପାଖରେ ଏହି ଅତ୍ୟାଧନିକ ସୁବିଧା ପହଁଚାଇବା ନୁହେଁ ବରଂ ଗରିବରୁ ଗରିବ ଲୋକଙ୍କ ପାଖରେ ମଧ୍ୟ ସମସ୍ତ ସୁବିଧା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ମୋଦି ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇଆସୁଛନ୍ତି । ସମସ୍ତଙ୍କ ଘରେ ଗ୍ୟାସ ଉପଲବଦ୍ଧ କରାଇବା ମହିଳାଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ସେମାନଙ୍କ ପରିବାର ସହ ଜଡ଼ିତ। । ପୂର୍ବ ସରକାରରେ ଓଡ଼ିଶାରେ ୧୦୦ରେ ହାରାହାରି ୨୨ ଜଣଙ୍କ ଘରେ ରନ୍ଧନ ଗ୍ୟାସ ଥିବାବେଳେ ଏବେ କିନ୍ତୁ ମୋଦି ସରକାରରେ ଏହା ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଁଚିଛି । ଖୁବ ଶୀଘ୍ର ଏହାକୁ ଶତପ୍ରତିଶତ କରାଯିବ । ଏହା ହିଁ ମୋଦିଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ଯୋଜନାର ବଳିଷ୍ଠ ପ୍ରମାଣ । ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ କରାଯାଇଛି । ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ । ଗତ ଡିସମ୍ବେର ୧ରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଟି ସହର ଯଥା ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, ମୁମ୍ବାଇ, ପୁଣେ, ଅହମ୍ମଦବାଦରେ ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଉପଲବ୍ଧ କରାଯାଇଥିଲା ।
