ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୧/୨୧ ୟୁଥ୍ ଫର୍ ଆକ୍ସନ୍ {YouthForAction}ର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରl ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଷଡ଼ଙ୍ଗୀ ସମାଜ କଲ୍ୟାଣ ଏବଂ ଲୋକସେବା ପାଇଁ ଅଗ୍ରାଧିକାର ଦେବାପାଇଁ ଆହ୍ୱାନ ଦେଇଥିଲେ l ବିଗତ ବର୍ଷର କାର୍ଯ୍ୟକ୍ରମ ସମୀକ୍ଷା ହେବା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିଲା l ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଗତ ୧୨ ଜାନୁୟାରୀ ୨୦୨୦ ରେ ଏହି ସଂଗଠନ ଗଢି ଉଠିଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ ଉପସ୍ଥିତ ଥିଲେ।
