Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

ଆସ ରାଜୁ ଭାଇ ପରି ହେବା

ଅସହାୟଙ୍କ ମୁହଁରେ ହସ ଫୁଟାଇବା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୦୧/୨୧,
ଅସହାୟଙ୍କ ମୁହଁରେ ହସ ଫୁଟାଇ ରାଜ କିଶୋର ନାୟକ(ରାଜୁ ଭାଇ) ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଜଣେ ଅସହାୟ ବାପାର ସେ ଆଶାବାଡି ସାଜିଛନ୍ତି। ଭୋକ ଉପାସରେ ଦିନ କାଟୁଥିବା ଅସହାୟ ଓ ଭିକାରୀଙ୍କ ମୁହଁରେ ଆହାର ଦେଉଛନ୍ତି। ମେଡିକାଲରେ ଛଟପଟ ହେଉଥିବା ରୋଗୀଙ୍କ ପାଇଁ ସେ ରକ୍ତ ନିଗାଡି ଦେଉଛନ୍ତି। ଏଥିପାଇଁ ରାଜୁ ଭାଇ କେବେ ନିଜର ପ୍ରଚାର ଓ ପ୍ରସାର କରି ନାହାଁନ୍ତି। ସେଥିପାଇଁ ତ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସୟା ପଞ୍ଚାୟତର ତଳବନ୍ଧ ଗାଁରରେ ତାଙ୍କ ଘର। ଜୟରାମ ନାୟକଙ୍କ ସେ ହେଉଛନ୍ତି ବଡ଼ ପୁଅ। ରାଜୁ ଭାଇ ନାଁରେ ତାଙ୍କୁ ଅଳ୍ପ କିଛି ଲୋକ ଜାଣନ୍ତି।
ଆଜିକୁ ପ୍ରାୟ ଏକ ମାସ ତଳେ ମହାଦେବସାହି ଗାଁର ବାଇଧର ଜେନାଙ୍କ ଏକମାତ୍ର ପୁଅ କମଳାକାନ୍ତ ଦୁର୍ଘଟଣାରେ ଶିକାର ହୋଇ ଗୋଟିଏ ହାତକୁ ହରାଇ ଥିଲେ। ବାଇଧର ଜେନା ଜଣେ ଚାଷୀ ଓ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ପୁଅର ଚିକିତ୍ସା ପାଇଁ ପାଖରେ ଟଙ୍କା ନ ଥିଲା। ଗ୍ରାମର କିଛି ଯୁବକଙ୍କ ସହାୟତାରେ ପୁଅର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଆଣାଯାଇଥିଲା। ଏହି ସମୟରେ କଟକର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ରାଜ କିଶୋର ନାୟକ ଓରଫ ରାଜୁ ଭାଇଙ୍କ ନଜରରେ ଆସିଥିଲା। ବାଇଧର କିମ୍ବା ତାଙ୍କ ପୁଅ ସହ ତାଙ୍କର କିଛି ସମ୍ପର୍କ ନ ଥିଲା। ଏପରିକି ରାଜୁ ଭାଇ ତାଙ୍କୁ ଚିହ୍ନି ନଥିଲେ। ତଥାପି ସେ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। କର୍ମମୟ ଜୀବନ ଭିତରୁ ସେ ପ୍ରତିଦିନ ଦୁଇରୁ ତିନି ଘଣ୍ଟା ସମୟ ବାହାର କରି ମେଡିକାଲରେ ଅସହାୟ ବାପା ବାଇଧରଙ୍କୁ ସାହାସ ଯୋଗାଉ ଥିଲେ। କଟା ହାତର ଅପରେସନ କେମିତି ହେବ ସେନେଇ ସତଚେଷ୍ଟା ଜାରି ରଖିଥିଲେ। ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ମଧ୍ୟ ଯୋଗାଉ ଥିଲେ। ଏମିତିକି କମଳାକାନ୍ତଙ୍କୁ ସହାୟତା କରୁ କରୁ ନିଜର ବୁଢ଼ା ବାପ ଓ ଘରେ ସ୍ତ୍ରୀ ଛୁଆ ପିଲାଙ୍କ କଥା ସେ ନିଜେ ଭୁଲି ଯାଇଥିଲେ। କମଳାକାନ୍ତ ସୁସ୍ଥ ନ ହେବା ଯାଏ ସେ ଘରକୁ ଯିବେନି ବୋଲି ପଣ କରିଥିଲେ। ତାଙ୍କର ଏହି ନିଷ୍ଠାପର ସେବା ଓ ପରୋଉପକାରୀତା ପାଇଁ ସେ ଏବେ ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ପରିଚିତ। ଦୀର୍ଘ ଏକ ମାସର ପ୍ରତୀକ୍ଷା ପରେ ଗତ 12 ତାରିଖ କମଳାନ୍ତର କଟା ହାତ ଅପରେସନ ହେଲା। ଏବେ ସେ ସୁସ୍ଥ ଅଛି। ଅସହାୟ ବାପ ମୁହଁରେ ହସ ଫୁଟିଛି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ କମଳାକାନ୍ତ ମେଡିକାଲରୁ ଡିସଚାର୍ଜ ହେବ। ରାଜୁ ଭାଇଙ୍କ ପରୋଉପକାରୀ ସେବା କେବଳ ଏତିକ ନୁହେଁ। ଯାହାର ଯେତେବେଳେ ରକ୍ତର ଆବଶ୍ୟକ ପଡିଛି,ସେ ତାଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି। ନିଜ କର୍ମମୟ ଜୀବନ ଭିତରେ କଟକର ସମ୍ଭବ ଫାଉଡେସନ ସେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। କରୋନା ମହାମାରୀ ସମୟରେ କେତେବେଳେ ମାସ୍କ ବଣ୍ଟନ କରିଛନ୍ତି ତ ଆଉ କେତେବେଳେ ଭୁକିଲାଙ୍କ ମୁହଁରେ ଆହାର ଯୋଗାଉଛନ୍ତି। ତାଙ୍କର ଏଭଳି ନିଃସ୍ୱାର୍ଥପର ସେବାକୁ ବହୁତ କମ ଲୋକ ଜାଣିଛନ୍ତି। ତଥାପି ସେ କେବେ ନିଜର ପ୍ରଚାର କରି ନାହାଁନ୍ତି। ଏପରିକି ଅନ୍ୟକୁ ସେବା କରି ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ପୋଷ୍ଟ କରି ନାହାଁନ୍ତି। ଆସ ଆମେ ରାଜୁ ଭାଇ ପରି ହେବା। ଦୁଃଖୀ ଦରିଦ୍ରଙ୍କୁ ସେବା କରିବା।

Mo sapath

Leave A Reply

Your email address will not be published.