ଭୁବନେଶ୍ୱର, ନିରପେକ୍ଷଖବର:ତା ୦୩/୦୨
ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ। କେନ୍ଦ୍ରୀୟ ଶ୍ରମିକ ସଂଗଠନ (ଆଇ.ଏନ୍.ଟି.ୟୁ.ସି.,ଏଚ.ଏମ୍.ଏସ୍.,ଏ.ଆଇ.ଟି.ୟୁ.ସି.,ସି.ଆଇ.ଟି.ୟୁ.,ଏ.ଆଇ.ୟୁ.ଟି.ୟୁ.ସି.,ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି., ସେୱା) ମାନଙ୍କ ଦ୍ୱାରା ଆଜି ମାଷ୍ଟର କ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କାରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ ଟି ଲେବର କୋଡ଼୍ରେ ଏକ ତରଫା ଭାବେ ବିନା ଆଲୋଚନାରେ ପାର୍ଲାମେଂଟରେ ପାସ୍ କରାଯାଇଥିବା ଅଭିଯୋଗ କରିଛି। ଅନ୍ୟ ପକ୍ଷରେ ଦୀର୍ଘ ୬୭ ଦିନ ଧରି ଦେଶର ଲକ୍ଷ ଲକ୍ଷ କୃଷକଙ୍କ ଆନ୍ଦୋଳନକୁ ମଧ୍ୟ କେନ୍ଦ୍ରୀୟ ସଂଗଠନମାନେ ସମର୍ଥନ କରିବା ସହ କେନ୍ଦ୍ର ସରକାର ତୁରନ୍ତ କୃଷି ବିଲ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛି। ସମାବେଶରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସଂପାଦକ – କିଶୋର ଜେନା, ଉପସଭାପତି – ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, କୋଷାଧ୍ୟକ୍ଷ – ଧରଣୀଧର ସ୍ୱାଇଁ, ଯୁବ ଆଇ.ଏନ୍.ଟି.ୟୁ.ସିର ସଭାପତି ସତ୍ୟବ୍ରତ ନାୟକ, ଯୁଗ୍ମ ସାଧାରଣ ସଂପାଦକ – ଅକ୍ଷୟ କୁମାର ତ୍ରିପାଠୀ, ସଂଜୀବ ମହାନ୍ତି, ସୁକୁମାର ଦେଓ, ସିଲି ସେଠୀ, ମାନସ ରଞ୍ଜନ ପାତ୍ର, ସିଲି ସେଠୀ, ତପତୀ ଦତ, ସାଗରୀକା ବାରିକ, ସ୍ନିଗ୍ଧାସେଫାଳୀ, ଜୟନ୍ତୀ ପୃଷ୍ଠୀ, ମଂଟୁ ମଲ୍ଲିକ, ଏସ୍. ଜଗା ରାଓ ପ୍ରମୁଖ ଯୋଗ ଦେଇଥିଲେ ।
