ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୦୨ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମହାତ୍ମା ଗାନ୍ଧି ମାର୍ଗ ରାଜାଛକ ସ୍ଥିତ ମୁକ୍ତାକାଶ ପାଠାଗାରରେ ବାଗ୍ଦେବୀ ମା”ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି କମଳଲୋଚନ ବିଶ୍ୱାଳ, ଉପସଭାପତି ସୌଭାଗ୍ୟ ମହାନ୍ତି,ସାଧାରଣ ସଂପାଦକ ଶେଷାଶିଷ୍ ସାହୁ, ସଂପାଦକ ରାହୁଲ କୁମାର, କୋଷାଧ୍ୟକ୍ଷ ଶରତ କୁମାର ରାଉତ, ମୁଖପାତ୍ର ବିଜୟ କୁମାର ଖୁଣ୍ଟିଆ, ଆବାହକ ଅଗ୍ନିବେଶ ସ୍ୱାଇଁଙ୍କ ସମେତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ । ମା“ଙ୍କ ପୂଜାଅର୍ଚ୍ଚନା ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ପ୍ରସାଦ ସେବନ କରାଯାଇଥିଲା ।
