Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍‌

ଆଇଏଫ୍‌-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

0

* ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ
* ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ତୈଳ ଦର ଯୁକ୍ତିଯୁକ୍ତ ହେବା ଉଚିତ୍‌
* ପୂର୍ବରୁ ହେଉଥିବା ତୈଳ ଉତ୍ପାଦନର ପରିମାଣରେ ବର୍ତମାନ ହ୍ରାସ ପାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୭/୦୨ ସାଉଦିଆରବର ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର
ଆୟୋଜିତ ୧୧ତମ ଆଇଏଫ-ଆଇଏ-ଓପେକ ଭର୍ଚୁଆଲ ଆଲୋଚନାଚକ୍ରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ବିଶ୍ୱ ଅର୍ଥନୀତିକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ଉତ୍ପାଦନ ହ୍ରାସକୁ ସ୍ୱାଭାବିକ କରିବାକୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ଏନର୍ଜି ଆଉଟଲୁକ’ ଶୀର୍ଷକ ଆଲୋଚନାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ତୈଳ ଦର ବୃଦ୍ଧି ବିଶ୍ୱ ଆର୍ôଥକ ପୁନରୁଦ୍ଧାରକୁ କ୍ଷତି ପହଁଚାଉଛି । ଯଦ୍ୱାରା ଏହାର ଚାହିଦା ହ୍ରାସ ପାଇଛି । ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକ ପୂର୍ବରୁ ଘୋଷଣା କରିଥିବା ତୈଳ ଉତ୍ପାଦନ ଅନୁଯାୟୀ ଅଧିକ
ପରିମାଣରେ ଉତ୍ପାଦନ ହ୍ରାସ କରିଛନ୍ତି । ତତସହ ଅତିରିକ୍ତ ସ୍ୱେଚ୍ଛାକୃତ ଭାବରେ ଉତ୍ପାଦନ ମଧ୍ୟ ହ୍ରାସ କରାଯାଇଛି । କୋଭିଡ -୧୯ ମହାମାରୀ କାରଣରୁ ତୈଳ ଚାହିଦା ହ୍ରାସ ପାଇଛି । ତେଣୁ ଗତବର୍ଷ ଏପ୍ରିଲରେ ତୈଳ ଉତ୍ପାଦନକୁ ହ୍ରାସ କରିବା ପାଇଁ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକର ମିଳିତ ନିଷ୍ପତିକୁ ଭାରତ ସମର୍ଥନ କରିଥିଲା । ତେଣୁ ବର୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ତୈଳ ଉତ୍ପାଦନକାରୀ ଦେଶମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ ଦୋହରାଇଛନ୍ତି ଯେ ଉଭୟ ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ମୂଲ୍ୟ ଯୁକ୍ତିଯୁକ୍ତ ହେବା ଉଚିତ୍ । ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଦ୍ୱାରା ଭାରତୀୟମାନେ ପ୍ରତିକୂଳ ଭାବରେ
ପ୍ରଭାବିତ ହେଉଛନ୍ତି । ଓପେକ୍ ଏବଂ ଏନଭରମେଂଟାଲ ଇମ୍ପାକ୍ଟ ଆସେସମେଂଟ୍ ଦ୍ୱାରା ନିକଟରେ କରାଯାଇଥିବା ଆକଳନ ଅନୁସାରେ ୨୦୨୧ ମସିହାରେ ବିଶ୍ୱର ଇନ୍ଧନ ବ୍ୟବହାର ଦୈନିକ ୫.୬ ରୁ ୬ ମିଲିୟନ ବ୍ୟାରେଲ ବୃଦ୍ଧି ପାଇବ, ଯେଉଁଠାରେ ଏହି ଅଭିବୃଦ୍ଧିର ଅଧାରୁ ଅଧିକ ଭାରତ ଏବଂ ଚୀନରୁ ଆସିବ । ୨୦୪୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଚାହିଦା ତିନି ଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।ଏହି ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ବିଶ୍ୱ ଯେଉଁଠାରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି, ଭାରତ ସମେତ
ଅନେକ ଉଦୀୟମାନ ଅର୍ଥନୀତି ଯେଉଁମାନେ ତୃଣମୂଳରୁ ପୁନରୁଦ୍ଧାର କରୁଛନ୍ତି ସେହି ଉପଭୋକ୍ତା ନେତୃତ୍ୱକାରୀ ଦେଶ ମାନଙ୍କୁ ଉର୍ଜା ବ୍ୟବହାର ପାଇଁ ଅନୁମତି ଦେବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ଏହି ଭର୍ଚୁଆଲ ଆଲୋଚନାଚକ୍ରରେ ସାଉଦିଆରବର ମନ୍ତ୍ରୀ ଅବଦୁଲାଜିଜ୍ ବିନ ସଲମାନ ଅଲ୍ ସାଉଦଙ୍କ ସମେତ ମେକ୍ସିକୋର ଉର୍ଜା ସଚିବ, ନାଇଜେରିଆର ତୈଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହାସହ ବିଶ୍ୱର ଶ୍ରେଷ୍ଠ ଆନ୍ତ ସରକାରୀ ଉର୍ଜା ସଂସ୍ଥା ଯଥା ଆଇଏଇଏଫ, ଆଇଏ,
ଓପେକ୍‌, ଇରିନା ଏବଂ ଜିଇସିଏଫର ମୁଖ୍ୟମାନେ ସାମିଲ ହୋଇଥିଲେ ।

Mo sapath

Leave A Reply

Your email address will not be published.