ଭୁବନେଶ୍ୱର, ନିରପେକ୍ଷ ଖବର:(୨୧/୨): ଆଚାର୍ଯ୍ୟବିହାର ନିକଟରେ #Dr LaLଙ୍କ ପାଥୋଲାବର ଏକ ଶାଖା ଆଜି ଉଦଘାଟନ ହୋଇଛି। ଯାହାର ନାମ ‘ କ୍ୟୁରୋସିଓ’ ରହିଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ନେହାଂଶୁ ପାଲ କହିଲେ, ରାଜଧାନୀରେ ରହୁଥିବା ବୟସ୍କ ରୋଗୀମାନଙ୍କୁ ଏହି ପାଥୋଲାବରେ ଚିକିତ୍ସା ପାଇଁ ଅଗ୍ରାଧିକାର ଦିଆଯିବ । ଏଥି ସହିତ କରୋନା କାଳରେ ଲୋକମାନେ ଚିକିତ୍ସା ପାଇଁ, ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ରୋଗୀସେବାକୁ ଆହୁରି ସରଳ,ସହଜ ଓ ସୁବିଧାଜନକ କରିବାକୁ “କ୍ୟୁରୋସିଓ” କୁ ପ୍ରତିଷ୍ଠା କରାଯାଇଛି। ସାଧାରଣ ଜନତା ଏଥିରେ ଉଚିତ ଦାମରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ। ଏହି ପାଥୋଲାବଟି ଆଚାର୍ଯ୍ୟବିହାର ଓ ଜୟଦେବବିହାରକୁ ସଂଯୋଗ କରୁଥିବା ଓଭରବ୍ରିଜ ସନ୍ନିକଟରେ ଅବସ୍ଥିତ । ଯାହାକି ସମସ୍ତଙ୍କ ପହଞ୍ଚିବା ପାଇଁ ସହଜ ହେବ ବୋଲି ପ୍ରତିଷ୍ଠାତା ଲକ୍ଷ ରଖିଛନ୍ତି।
