ଭୁବନେଶ୍ୱର, ନିରପେକ୍ଷଖବର:(୨୨/୦୨): ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରବେଶ କଲା ନୂଆ ଟାଟା ସଫାରୀ। ଟାଟା ମୋଟର୍ସ ପକ୍ଷରୁ ସାମନ୍ତରାପୁରସ୍ଥିତ ଡିଅନ ଅଟୋମୋଟିଭ ସୋରୁରେ ନୂଆ ଟାଟା ସଫାରୀ ଉନ୍ମୋଚନ ହୋଇଯାଇଛି। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ନୂତନ ଟାଟା ସଫାରୀରେ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି, ଯାହାକି ଗ୍ରାହକଙ୍କ ପସନ୍ଦ ଯୋଗ୍ୟ ହେବ ବୋଲି କମ୍ପାନିର ସିଇଓ ଶଶାଙ୍କ ଶେଖର ବେଗଡ କହିଛନ୍ତି। କାର୍ଯ୍ୟକ୍ରମରେ କମ୍ପାନୀର ଜିଏମ୍ ବିଶ୍ଵନାଥ ବେଗୁରାଇ, ବେପାର ମୁଖ୍ୟ ସନ୍ଦିପ କାନୁନଗୋ, ଏମଡି ମନୋଜ କୁମାର ସାହୁ, କର୍ପୋରେଟ ମ୍ୟାନେଜର ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
