ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୨ ଭୁବନେଶ୍ୱର,ବାପୁଜୀ ନଗର ଠାରେ ଭାରତର ଅଗ୍ରଣୀ ସଂସ୍ଥା କୁଚିନା କଂପାନୀ ପକ୍ଷରୁ ଗୋଟିଏ ବଡ଼ ଧରଣର ଷ୍ଟୋର ଖୋଲା ଯାଇଛି।ଏହି ଷ୍ଟୋରରେ ରୋଷେଇ ଘରର ସମସ୍ତ ଆବଶ୍ୟକତା ଥିବା ଜିନିଷ ପତ୍ର ଯଥା ଚିମ୍ନୀ, ଚୁଲା ଓ ରୋଷେଇ ଘରେ ବ୍ୟବହାର କରାଯାଉଥିବା ସମସ୍ତ ସମଗ୍ରୀ ପାଇପାରିବେ।ଏହି ଷ୍ଟୋରଟିକୁ କୁଚିନା ନିର୍ଦେଶକ ନମିତ୍ ବଜୋରିଆ ଉଦ୍ଘାଟନ କରିଥିଲେ।ଏହି ଉଦ୍ଘାଟନୀ ଉତ୍ସବରେ ଷ୍ଟୋର ନିର୍ଦେଶକ କହିଥିଲେ ଆଗାମୀ ଦିନରେ ରାଜ୍ୟରେ ଆହୁରି ୧୪ ରୁ ୧୫ ଟି ସ୍ଥାନରେ ଏହି ଭଳି ଷ୍ଟୋର ଖୋଲିବାର ଲକ୍ଷ୍ୟ ରଖିଛନ୍ତି।ଯାହା ଗ୍ରାହକଙ୍କ ପାଇଁ ସୁବିଧା ଜନକ ହେବ।
