ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୩/୦୩ ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍କ୍ତି ପ୍ରଦ୍ୟୁମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଜଳସେବା ଉଦ୍ଘାଟିତ ହୋଇଯାଇଛି। ଏହି ଜଳସେବାରେ ମୁକ୍ତାକାଶ ପାଠାଗାର ଉପଦେଷ୍ଟା ଶ୍ରୀଯୁ୍କ୍ତି ପ୍ରଦ୍ୟୁମ୍ନ କୁମାର ସତପଥି ପ୍ରଥମେ ବରିଷ୍ଠ ନାଗରିକ ଶ୍ରୀ କୁମରବର ସାହୁ ଙ୍କୁ ଜଳପାନ କରାଇଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜଳସେବାକୁ ଉତ୍ସର୍ଗ କରି ମଧୁର ଜଳର ଯଥେଷ୍ଟ ସଂରକ୍ଷଣ କରିବାକୁ ଉପଦେଶ ଦେଇଥିଲେ । ଆଜି ମୁକ୍ତାକାଶ ପାଠାଗାରର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମରେ ରାଜଧାନୀ ବୌଦ୍ଧିକ ସମାବେଶର ସଭାପତି ଶ୍ରୀ କମଳ ଲୋଚନ ବିଶ୍ୱାଳ, ଉପସଭାପତି ଶ୍ରୀ ସୌଭାଗ୍ୟ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ଶେଷାଶୀଷ ସାହୁ, ସଂପାଦକ ରାହୁଲ କୁମାର, ଆବାହକ ଶ୍ରୀ ଅଗ୍ନିବେଶ୍ ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀ ଶରତ ରାଉତ ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ ।
