ଭୁବନେଶ୍ୱର ସ୍ୱସ୍ତି ପ୍ରିମୀୟମ ଠାରେ ଖୋଲିଲା ମେକ୍ ମାଇଁ ବିଉଟି
ରାଜଧାନୀରେ ମେକ୍ ମାଇଁ ବିଉଟିର ଏହା ତୃତୀୟ ଇଉନି ସେକ୍ସ ସେଳୁନ୍
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୪ ଭୁବନେଶ୍ୱରର ସ୍ୱସ୍ତି ପ୍ରିମୀୟମ ଠାରେ ମେକ୍ ମାଇଁ ବିଉଟି ର ଉଦ୍ଘାଟନ ହୋଇଯାଇଛ।ଯେଉଁଥିରେ ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ କରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ସେବା ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଏହି ସେଳୁନ୍ ସମ୍ପୂର୍ଣ୍ଣ ହାଇଜେନିକ୍ ସେବା ଯୋଗାଇ ଦେବ। ଷ୍ଟାର ହୋଟେଲ ପରିସରରେ ଖୋଲିବା ଦ୍ୱାରା ହୋଟେଲକୁ ଆସୁଥିବା ହାଇ ପ୍ରୋଫାଇଲ୍ ଗ୍ରାହକଙ୍କୁ ଭଲ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ବୋଲି ମାଲିକ ମିସ୍ ମୋନିକା କହିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସି ଏମ୍ ଡି ସ୍ୱସ୍ତି ଗ୍ରୁପ୍ ଜେ.କେ ମହାନ୍ତି ଓ ଅତିଥି ଭାବେ ଅଭିନେତ୍ରୀ ଶୀତଳ ପାତ୍ର, ସମ୍ବିତ୍ ଆଚାର୍ଯ୍ୟ, ଦୀପିକା ତ୍ରିପାଠୀ, ଅଭିଷେକ ରଥ ସେଳୁନ୍ ମାଲିକ ମିସ୍ ମୋନିକା, ମିସ୍ ଇସା,ଅଶ୍ୱନୀ ଦାସ ଓ ରମେଶ ବାରିକ ଉପସ୍ଥିତ ଥିଲେ।