Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଏସ୍‌ପ୍ଲାନେଡ୍‌ରେ ଖୋଲିଲା ଆମାଜନ୍‌’ର ଇଜି ସେଲ୍ କର୍ପୋରେଟ୍ ଅଫିସ ‘‘କୁଚୁ କେୟାର”

ପ୍ରତି ପ୍ରମୁଖ ବଜାରରେ ରହିବ ଅନ୍‌ଲାଇନ୍ ରିଟେଲ୍ ଷ୍ଟୋର୍‌

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୪ ବର୍ତ୍ତମାନ ଡିଜିଟାଲ ଯୁଗରେ ଅନ୍‌ଲାଇନ୍ ସେବା ପ୍ରତି ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିଲେ ହେଁ ସବୁ ଅଞ୍ଚଳରେ ଏହି ସୁବିଧା ପହଞ୍ଚି ପାରୁନି । ଅନ୍‌ଲାଇନ୍ ଜରିଆରେ ଲୋକଙ୍କ ପାଖରେ ସୁଲଭ ଓ ବଜାର ଦର ଠାରୁ କମ୍ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ‘କୁଚୁ କେୟାର’ । ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍ ମଲ୍‌ରେ ବିଶ୍ୱର ଅଗ୍ରଣୀ ଅନ୍‌ଲାଇନ୍ ସାମଗ୍ରୀ ବିକ୍ରୟ ସଂସ୍ଥା ‘ଆମାଜନ୍‌’ର ଇଜି ସେଲ୍ କର୍ପୋରେଟ୍ ଅଫିସ ‘କୁଚୁ କେୟାର’ ଲୋକାର୍ପିତ ହୋଇଯାଇଛି । ‘କୁଚୁ କେୟାର’ ର ସଂସ୍ଥାପକ ସଂଗ୍ରାମ କେଶରୀ ପଟ୍ଟନାୟକ ଏହି କର୍ପୋରେଟ୍‌ ଅଫିସ୍‌କୁ ଶୁଭାରମ୍ଭ କରିବା ସହ ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘ଆମାଜନ’ର ଇଜି ସେଲ୍ କର୍ପୋରେଟ୍ ଅଫିସର ଲକ୍ଷ୍ୟ ସଂକ୍ରାନ୍ତରେ ଅବଗତ କରାଇଥିଲେ । ଶ୍ରୀ ପଟ୍ଟନାୟକ କହିଛନ୍ତି, ଅନ୍‌ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିବା ବେଳେ ଲୋକେ ଏହା ଉପରେ ସଚେତନ ହେବାର ଆବଶ୍ୟକତା ରହିଛି । ଜନସାଧାରଣଙ୍କୁ ଅନ୍‌ଲାଇନ୍ ସେବା ବିଷୟରେ ସଚେତନ ଓ ପରାମର୍ଶ ପ୍ରଦାନ କରିବାରେ ଏହି କର୍ପୋରେଟ୍ ଅଫିସ କାର୍ଯ୍ୟ କରିବ । କିଭଳି ଲୋକେ ଉଚିତ୍ ମୂଲ୍ୟରେ ନିଜ ହାତପାହାନ୍ତାରେ ସାମଗ୍ରୀ ପାଇପାରିବେ, ତାହା ଆମର ମୁଖ୍ୟ ଦାୟିତ୍ୱ ହେବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟର ସବୁ ପ୍ରମୁଖ ମାର୍କେଟ୍‌ରେ ‘ଆମାଜନ୍‌’ ଇଜି ସେଲ୍‌ର ରିଟେଲ୍ ଷ୍ଟୋର୍ ଖୋଲାଯିବ । ଲୋକଙ୍କ ଭିତରେ ‘ଆମାଜନ୍‌’ ବ୍ରାଣ୍ଡ୍ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି । ଏହାର ବିଶ୍ୱସନୀୟତା ଗାଁଠୁ ସହର ସବୁଠି ପରିବ୍ୟାପ୍ତ । ଅନ୍‌ଲାଇନ୍ ସେବା କ୍ଷେତ୍ରରେ ବିପ୍ଳବ ଆଣିଥିବା ‘ଆମାଜନ’ର ଷ୍ଟୋର୍‌ରେ ସବୁ ସାମଗ୍ରୀ ଉପଲବ୍ଧ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ‘ଆମାଜନ’ ରିଟେଲ୍ ଷ୍ଟୋର୍‌ରୁ ହେଉ କିମ୍ବା ଅନ୍‌ଲାଇନ୍‌ରେ ଅର୍ଡର ବୁକିଂ କରି, ଗ୍ରାହକ ସମସ୍ତ ସାମଗ୍ରୀ ମାର୍କେଟ୍ ଦର ଠାରୁ କମ୍ ମୂଲ୍ୟରେ ପାଇପାରିବେ । ତେଣୁ ଲୋକେ ଅନ୍‌ଲାଇନ୍‌ରେ ନିଜେ ଘରକୁ ଜିନିଷ ଅର୍ଡର କରିପାରିବେ ଏବଂ ରିଟେଲ୍ ଷ୍ଟୋର୍‌କୁ ଯାଇ ମଧ୍ୟ ସାମଗ୍ରୀ କ୍ରୟ କରିପାରିବେ । ଖୁବ୍‌ଶୀଘ୍ର ଡିଷ୍ଟ୍ରିବ୍ୟୁଟର୍‌ମାନେ ନିଜ ନିଜ ଅଞ୍ଚଳରେ ଏହି ସୁବିଧା ଯୋଗାଇ ଦେବେ ।

Mo sapath

Leave A Reply

Your email address will not be published.