Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି? ପ୍ରକାଶ ମିଶ୍ର

0

* ହାଇଦରକୁ ଖସାଇଦେବା ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କତୃପକ୍ଷ ଏବଂ ପୁଲିସର ହାତ ରହିଛି
* ହାଇଦର ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ?
* ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ ହେଉଥିଲେ?
* ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ?
* ହାଇଦରଙ୍କୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ?
* କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା ?
* ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାର ବିଷୟ
* ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ 

ଭୁବନେଶ୍ୱର,ନିରପେର:ତା.୧୪/୦୪: ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ବି ଓଡିଶା ପୋଲିସ ତାକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ବଡ ବଡ
ଅଧିକାରୀମାନଙ୍କର ସଂପୃକ୍ତି ଥିବାବେଳେ କେବଳ ୬ ଜଣିଆ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ଶ୍ରୀ ପ୍ରକାଶ
ମିଶ୍ର ପ୍ରଶ୍ନ କରିଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା । ତାଙ୍କୁ ସମ୍ବଲପୁର ଜେଲରେ ରଖି ମଧ୍ୟ ବିଭିନ୍ନ ଆଳ ଦେଖାଇ ତାଙ୍କୁ କଟକ ଅଣାଯାଉଥିଲା । ଏଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ତାହା ସ୍ପଷ୍ଟ ହେବା ଦରକାର । ବୁର୍ଲା ମେଡିକାଲ କର୍ତୁପକ୍ଷ ତାଙ୍କୁ ୩ ଥର କଟକ ମେଡିକାଲ ରେଫର୍ କରିଛନ୍ତି । ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ
ହେଉଥିଲେ? ସେହିପରି କଟକ ବଡ ମେଡିକାଲରେ ରୋଗୀଙ୍କୁ କ୍ୟାବିନ ମିଳିବା କାଠିକର ପାଠ । କିନ୍ତୁ ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ? କିଡନୀ ଜନିତ ସମସ୍ୟା ଥିବା ଯୋଗୁଁ ହାଇଦରକୁ କଟକ
ମେଡିକାଲ ଅଣାଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । କିଡନୀ ରୋଗ ଥିଲେ ଖାଦ୍ୟ ପେୟ ଉପରେ ଅନେକ କଟକଣା ରହିଥାଏ । କିନ୍ତୁ ହାଇଦରଙ୍କୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା । ଜାଣିଶୁଣି ହାଇଦରକୁ ଖସାଇଦେବାର ଯୋଜନା କରାଯାଇଥିଲା । ଏହି ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କର୍ତୁପକ୍ଷ ଏବଂ ପୁଲିସର ହାତ ରହିଛି । ଏମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଏ ଜଣେ ବଡ ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି । ହାଇଦର ଏବେ ପଶ୍ଚିମବଙ୍ଗରେ ଲୁଚିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାର ବିଷୟ । ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଜବାବ ନାହିଁ । ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର
ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Mo sapath

Leave A Reply

Your email address will not be published.