Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଲକ୍‌ଡାଉନ୍‌ ଅବଧି ଆଉ ୧୪ ଦିନକୁ ବୃଦ୍ଧି…

ଏହି ଲକ୍‌ଡାଉନ୍‌ ପୂର୍ବ ଲକ୍‌ଡାଉନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର ରହିବ....‌

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮.୦୫.୨୦୨୧ ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଏହା ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ପ୍ରଥମ ଲକ୍‌ଡାଉନ୍‌ ସମୟରେ ସରକାରଙ୍କ ତରଫରୁ ନିଆଯାଇଥିବା ବିଶେଷ ପଦକ୍ଷେପ ପାଇଁ ଅନେକ ସୁଫଳ ମିଳିଛି ଏବଂ ଯେଉଁ ହାରରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛି । ଗତ ୧୫ ଦିନ ହେବ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହଛି । ଏପରିକି କିଛି ଜିଲ୍ଲାରେ ଧୀରେ ଧୀରେ କମିବା ଆରମ୍ଭ କରିଛି ।ତଥାପି ରାଜ୍ୟରେ ଦୈନିକ ୧୦ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍‌ଡାଉନ୍‌ ଅବଧି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଲୋକମାନେ ଘରେ ରହିବେ ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଛନ୍ତି । ଏହି ଲକ୍‌ଡାଉନ୍‌ରେ ପୂର୍ବରୁ ବଳବତ୍ତର ଥିବା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ସରକାର ସ୍ଥିର କରିଛନ୍ତି । ଦ୍ୱିତୀୟ ଦଫାର ଏହି ଲକ୍‌ଡାଉନ୍‌ରେ ସକାଳ ୬ଟାରୁ ଦିନ ୧୨ଟା ପରିବର୍ତ୍ତେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଲୋକମାନଙ୍କୁ କିଣାକିଣି ପାଇଁ ଅନୁମତି
ମିଳିବ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କି୍ରୟା ଆଦିରେ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୂର୍ବରୁ ବିବାହ ପାଇଁ ୫୦ ଜଣଙ୍କୁ ଅନୁମତି ଥିଲା । କିନ୍ତୁ ଏହି ଲକ୍‌ଡାଉନ୍‌ରେ ୫୦ ପରିବର୍ତ୍ତେ କେବଳ ୨୫ଜଣ ଲୋକ ଭାଗ ନେଇପାରିବେ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।
ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟସବୁ ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲିବ । ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବ । ଯେଉଁସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲଗା ଯାଇଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ବଳବତ୍ତର ରହିବ । ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତି।

Mo sapath

Leave A Reply

Your email address will not be published.