ଭୁବନେଶ୍ୱର,ନିରପେକ୍ଷ ଖବର:୨୮/୦୫ ବାଣୀବିହାର ଆଖଣ୍ଡଳମଣୀ ମନ୍ଦିର ବସ୍ତିରେ ଆଜି ସାଧୁତା ନ୍ୟୁଜ୍ ତରଫରୁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗରିବ ଅସହାୟ ବ୍ୟକ୍ତିଙ୍କୁ ଆଜି ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆଗରୁ ମଧ୍ୟ ୨ ଟି ସ୍ଥାନରେ କରା ଯାଇଛି । କରୋନାରେ ଗରିବ ଅସହାୟ,ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସାଧାରଣ ଚଳଣୀ ମଧ୍ୟ ଖୁବ୍ କଷ୍ଟକର ହୋଇପଡିଲାଣି ଏଥିଲାଗି ସାଧୁତା ନ୍ୟୁଜ୍ ତରଫରୁ ଏକ ଛୋଟ ପ୍ରୟାସ କରାଯାଇଛି ଏବଂ ଏଥିରେ ମଧ୍ୟ ଅସହାୟ ବ୍ୟକ୍ତିମାନେ ଉପକୃତ ହେବେ ବୋଲି ଆଶା କରାଯ।।ଉଛି । ଏହି ପ୍ରୟାସଟିକୁ ବିଧାୟକଙ୍କ ପରାମର୍ଶ କର୍ମେ ସାଧୁତା ସମ୍ବାଦ ପତ୍ରର ସମ୍ପାଦକ ତଥା ସହସମ୍ପାଦକ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ସାଧୁତାର ଅନ୍ୟାନ୍ୟ ସାମ୍ବାଦିକ ମାନେ ଅନେକ ଉତ୍ସାହର ସହିତ ଏଥିରେ ମଧ୍ୟ କାର୍ଯ୍ୟ କରୁଛନ୍ତି ଆଜି ଖାଦ୍ୟ ବଣ୍ଟନରେ ବିଜେଡି ର ସାଧାରଣ ସମ୍ପାଦକ ଭୋଳାନାଥ ମହାରଣା ଏବଂ ସହିଦ ନଗରର ଆଇ.ଆଇ.ସି ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି ସୁଖିଲା ଖାଦ୍ୟରେ ଦିଆଯାଉଛି ଚାଉଳ,ଅଟା,ଡାଲି,ସୁଜି,ଚିନି,ଆଳୁ,ପିଆଜ,ଖାଇବାତେଲ,ସାନିଟାଇଜର,ମାକ୍ସ ଇତ୍ୟାଦି ଏହିସବୁ ସାମଗ୍ରୀ ଅସହାୟ ବ୍ୟକ୍ତି ମାନଙ୍କୁ ଦିଆଯାଉଛି ।
