ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୫/୦୬: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଟିଏମ୍ଟି ବାର୍ର ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍ ଇଣ୍ଡିଆ। କମ୍ପାନୀ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି। ରାଜ୍ୟ ମେଡିକାଲ ନିଗମକୁ ୨୦ଟି ଅମ୍ଳଜାନ ସାନ୍ଦ୍ରକ ଦିଆଯାଇଛି। ମେଡିକାଲ ନିଗମର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଡା.ସୌଭାଗ୍ୟ ରଞ୍ଜନ ରଣସିଂହ ଏହି ଅମ୍ଳଜାନ ସାନ୍ଦ୍ରକଗୁଡିକ ଗ୍ରହଣ କରିଛନ୍ତି। ଏନେଇ ଶ୍ୟାମ ଷ୍ଟିଲ୍ ଇଣ୍ଡିଆର ଡାଇରେକ୍ଟର ଲଳିତ ବେରିୱାଲା କହିଲେ, “ମହାମାରୀ ବିରୁଦ୍ଧରେ ଲଢେଇରେ ଦେଶର ପ୍ରତ୍ୟେକ ନାଗରିକଙ୍କ ସମ୍ମିଳିତ ପ୍ରୟାସ ଏବଂ ଦୃଢ ଇଛାଶକ୍ତିକୁ ଆମେ ସଲାମ କରୁଛୁ। କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ କନସେଣ୍ଟ୍ରେଟର ଗୁଡିକ ବିଶେଷ ଫଳପ୍ରଦ ହେଉଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଦିନରେ ଆମେ ଓଡ଼ିଶା ସରକାରଙ୍କୁ ଅଧିକ ସମର୍ଥନ ଯୋଗାଇଦେବୁ। ସଠିକ ସମ୍ବଳ ଏବଂ ଦେଶବାସୀଙ୍କ ସହାନୁଭୂତିକୁ ନେଇ ଆମେ କେବଳ ଏହି ସଙ୍କଟରୁ ତିଷ୍ଠି ରହିବା ନାହିଁ, ବରଂ ଆହୁରି ମଜଭୁତ ହୋଇ ଏହି ବିପଦକୁ ମୁକାବିଲା କରିବାକୁ ହେବ।
କରୋନା ଦ୍ୱିତୀୟ ଲହର ସମୟରେ ଅଧିକରୁ ଅଧିକ କୋଭିଡ ରୋଗୀ ଶ୍ୱାସକ୍ରିୟା କଷ୍ଟ ଅନୁଭବ କରିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଚଳିତ ଥର ଅମ୍ଳଜାନର ଅଧିକ ଆବଶ୍ୟକତା ଦେଖାଦେଇଛି। ସର୍ବାଧିକ ସଂଖ୍ୟକ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ଏହି ପ୍ରାଣଘାତୀ ଭୂତାଣୁ ବିରୋଧୀ ଲଢେଇରେ ସମସ୍ତ ସହାୟତା ଯୋଗାଇଦେବା ଉଚିତ ବୋଲି ସେ କହିଛନ୍ତି।
