Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

ରାଜନୈତିକ ଅଭିସନ୍ଧି ରଖି ବିଜେପି ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ଯ୍ୟ ଭାଷା ବ୍ୟବହାର କରାଯାଇ ଅପମାନିତ କରାଯାଉଛି: ସ୍ମୃତି ପଟ୍ଟନାୟକ

0

* ଏହା କ’ଣ ବିଜେଡିର ମା’ଙ୍କୁ ସମ୍ମାନ ?
* ଶାସକ ବିଜେଡି ଦଳର ଆଇଟି ସେଲ୍ ଦ୍ୱାରା ଡ.ଲେଖାଶ୍ରୀଙ୍କ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆଶାଳୀନ
ଓ ଅଭଦ୍ର ଭାଷା ପ୍ରୟୋଗ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କରିବା ଧର୍ତବ୍ୟ ଅପରାଧ
* ନବୀନ ବାବୁ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବରେ ସବୁ ଜାଣି ମଧ୍ୟ ଏପରି କାର୍ଯ୍ୟକୁ କିପରି
ପ୍ରୋତ୍ସାହନ ଦେଉଛନ୍ତି ?
* ସାଇବର ଥାନାରେ ଗତ ଜୁନ୍ ମାସ ୩୦ ତାରିଖରେ ମାମଲା ରୁଜୁ କରାଯାଇଥିଲା ଏବଂ କ୍ୟାପିଟାଲ
ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା
* ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ

ଭୂବନେଶ୍ୱର,ନିରପେକ୍ଷ ଖବର: ତା ୦୭/୦୭: ରାଜ୍ୟରେ ଶାସକ ବିଜେଡିର ଶାସନରେ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ଆଦୈା ସୁରକ୍ଷିତ ନାହାନ୍ତି । ନା ଘରେ ସୁରକ୍ଷିତ ନା ବାହାରେ ସୁରକ୍ଷିତ । ସାମାଜିକ ଗଣମାଧ୍ୟମ ତଥା ସୋସିଆଲ ମିଡିଆର ଅପବ୍ୟବହାର କରି ବର୍ତମାନ ନୂତନ କୈାଶଳ ଆପଣାଇ ନାରୀମାନଙ୍କୁ ଅସମ୍ମାନ କରାଯାଉଛି । ରାଜନୈତିକ ଅଭିସନ୍ଧି ରଖି ବିଜେପିର ଅନେକ ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ଯ୍ୟ ଭାଷା ବ୍ୟବହାର କରାଯାଇ ଅପମାନିତ କରାଯାଉଛି । ଏହା କ’ଣ ବିଜେଡିର ମା’ଙ୍କୁ ସମ୍ମାନ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେଡି ଆଇଟି ସେଲ୍‌ର କାର୍ଯ୍ୟକର୍ତାମାନେ ଅପଶଦ୍ଦ ଏବଂ ଅଭଦ୍ର ଭାଷା ପ୍ରୟୋଗ କରୁଛନ୍ତି । ଏହା ଅତ୍ୟନ୍ତ ଧର୍ତବ୍ୟ ଅପରାଧ । ନବୀନ ବାବୁ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବରେ ସବୁ ଜାଣି ମଧ୍ୟ ଏପରି କାର୍ଯ୍ୟକୁ କିପରି ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।  ଶାସକ ବିଜେଡି ଦଳର ଆଇଟି ସେଲ୍ ଦ୍ୱାରା ଡ.ଲେଖାଶ୍ରୀଙ୍କ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆଶାଳୀନ ଓ ଅଭଦ୍ର ଭାଷା ପ୍ରୟୋଗ
କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କରୁଛନ୍ତି । ଆମେ ଏହାକୁ ନେଇ ସାଇବର ଥାନାରେ ଗତ ଜୁନ୍ ମାସ ୩୦ ତାରିଖରେ ମାମଲା ରୁଜୁ କରାଯାଇଥିଲା ଏବଂ କ୍ୟାପିଟାଲ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଅତୀତରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭିଡିଓ ଭାଇରାଲ ହୋଇଥିଲା ବେଳେ ବିଜେପିର କର୍ମୀଙ୍କୁ ଅଯଥା ଜେଲରେ ଭର୍ତି କରିଥିଲେ ମାତ୍ର ଏଠାରେ ପୋଲିସର ହାତ ବନ୍ଧା ପଡିଛି । ଏହା ପୂର୍ବରୁ କେନ୍ଦୁଝର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ କିନ୍ତୁ
ଅଭିଯୁକ୍ତକୁ ଗିରଫ କଲାନାହିଁ । ଅଭିଯୁକ୍ତକୁ ବାହାରେ ବୁଲିବା ଲୋକେ ଦେଖୁଛନ୍ତି ମାତ୍ର ପୋଲିସ କହୁଛି ସେ ଘରେ ନାହିଁ । ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ଚରିତ୍ର ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଏବଂ ମିଡିଆ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.