ଭୁବନେଶ୍ୱର,ନିରପେକ୍ଷ ଖବର: ତା୩୦/୧୧ ଆଜି ଅପରାହ୍ନରେ ବୟନ ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ
ପଦ୍ମିନୀ ଦିଆନ ବୟନିକାର ଏକ ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’କୁ ଉନ୍ମୋଚିତ କରିଥିଲେ । ଏହି ବୈଷୟିକ ପ୍ରଣାଳୀ ‘ଗଅପି-ଓଅକ୍ତଅ‘ ଉପନରେ ଆଧାରିତ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପ୍ରସ୍ତୁତ “୫ ଟି ’’ ଯୋଜନାର ଏକ ଅଂଶବିଶେଷ । ଏହି ଯୋଜନାକୁ ଇଡ଼୍କଲ୍ ସଫଫେୱର ଜରିଆରେ “ଓଏସିସ୍’’ ନାମକ ସଂସ୍ଥା କାର୍ଯ୍ୟାନ୍ୱୟନ କରୁଛନ୍ତି । ଏହି ପ୍ରଣାଳୀ ବୟନିକାର ମୁଖ୍ୟ କାର୍ଯ୍ୟାଳୟ ତଥା ସମସ୍ତ
ଶାଖାରେ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ବୟନିକାର ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ସମିତିମାନଙ୍କଠାରୁ କ୍ରୟ କରାଯାଇଥିବା ଲୁଗାର ହିସାବ, ପ୍ରତି ଶାଖାକୁ ଯୋଗାଯାଉଥିବା ଲୁଗାର ହିସାବ, ପ୍ରତି ଶାଖାରେ ବିକ୍ରୀ ହେଉଥିବା ଲୁଗାର ହିସାବ, ଶାଖାୱାରୀ ଦୈନନ୍ଦିନ ବିକ୍ରୀ ଓ ବିକ୍ରୀ ଓ ବିକ୍ରୀ ଅର୍ଥ ଡ଼ିପୋଜିଟ୍, ଶାଖାୱାରୀ ଲାଭକ୍ଷତି ଓ ସର୍ବୋପରି ବୟନିକାର ବ୍ୟବସାୟ ଅଟକଳ ଓ ଲକ୍ଷ୍ୟହାସଲର ସହଜ ଓ ସୁବିଧାରେ ସମୀକ୍ଷା କରାଯାଇପାରିବ ।
କେଉଁ ଶାଖାରେ କେଉଁ କିସମର ଲୁଗା ବିକ୍ରୀ ହେଉଛି, ତାହା ଅତି ସହଜରେ ଜାଣିହେବ ଏବଂ ତଦନୁଯାୟୀ ବୟନିକା ବିଭିନ୍ନ ପ୍ରାଥମିକ ସମିତିମାନଙ୍କଠାରୁ ଉପଯୁକ୍ତ ଲୁଗାକ୍ରୟ କରିପାରିବ । ଏହି ପ୍ରକି୍ରୟାରେ ସମସ୍ତ ଗ୍ରାହକଙ୍କ ଠିକଣା ଓ ତାଙ୍କର ଚାହିଦାକ ରେକର୍ଡ଼ କରିହେବ ।ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନନୀୟା କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା (ଭା.ପ୍ର.ସେ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା,
ବୟନିକାର ସଭାପତି ଶ୍ରୀଯୁକ୍ତ ଶେଷ କୁମାର ମେହେର, ବୟନଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ଦାସ (ଓ.ପ୍ର.ସେ) ଓ ବିଭାଗ, ନିର୍ଦ୍ଦେଶାଳୟର ତଥା ବୟନିକାର ଉଚ୍ଚପଦସ୍ଥ ଅଧିକାରୀଗଣ ଯୋଗଦାନ କରିଥିଲେ । ଏହି ଉଚ୍ଚକୋଟିର ପ୍ରକଳ୍ପ ପାଇଁ ମନ୍ତ୍ରୀ ଶ୍ରୀମତୀ ଦିଆନ ବୟନିକାକୁ ଅଭିନନ୍ଦନ ଜ୍ଞାପନ କରିଥିଲେ । କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶର୍ମା ଏହାକୁ ଏକ
ଯୁଗାନ୍ତକାରୀ ଓ ଅତ୍ୟନ୍ତ ଉପାଦେୟ ପ୍ରଣାଳୀ ଭାବେ ଅଭିହିତ କରିଥିଲେ । ବୟନିଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦାସ ଏହି ବୈଷୟିକ ପ୍ରଣାଳୀକୁ ଆଧାର କରି ବୟନିକା ଏକ ସ୍ୱଚ୍ଛ ଓ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ପ୍ରଣୟନ କରିବ, ଯାହା ବୁଣାକାର ସମିତି, ବୁଣାକାର ତଥା ଗ୍ରାହକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ପ୍ରତିଷ୍ଠାରେ ଅତ୍ୟନ୍ତ ଫଳପ୍ରଦ ହେବ । ସର୍ବୋପରି ବୟନିକା ଭବିଷ୍ୟତରେ ଏହାର ବ୍ୟବସାୟିକ ଲକ୍ଷ୍ୟକୁ ପରିବର୍ଦ୍ଧିତ କରିପାରିବ ବୋଲି କହିଥିଲେ । ଶେଷରେ ବୟନିକାର ସମ୍ପାଦକ ଶ୍ରୀଯୁକ୍ତ ଦେବରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉନ୍ମୋଚନ ଅବସରରେ ବିଭାଗ ଅତିରିକ୍ତ ସଚିବ ଶ୍ରୀ ବୃନ୍ଦାବନ ବେହେରା, ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।
