ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୦୭ ମହାମାରୀ କରୋନା ସମୟରେ ଦୃଷ୍ଟି ହୀନମାନଙ୍କୁ ସୁଖିଲା ଖାଦ୍ୟ ସମଗ୍ରୀ ଦେଇଛି ନାରାୟଣ ସେବା ସମିତି ଉଦୟପୁର , ରାଜସ୍ଥାନ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍କଳ ଦୃଷ୍ଟି ହୀନ ସଂଘ କାର୍ଯ୍ୟାଳୟରେ ପହଁଚି ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି। ଏହି କାର୍ଯ୍ୟକ୍ରମରେ ୧୦୯ ଜଣ ନିଃସହାୟ ଦୃଷ୍ଟିହୀନ ସହାୟତା ନେଇଛନ୍ତି। ସମସ୍ତଙ୍କୁ ୧୦୦୦ ଟଙ୍କାର ଖାଦ୍ୟ ପୁଡ଼ିଆ ପ୍ରଦାନ କରାଯାଇଥିଲା। କୋଭିଡ଼ ନିୟମ ମୁତାବକ ଏକ ଖୋଲା ପଡ଼ିଆରେ ଏହି ସହାୟତା ଦିଆଯାଇଥିଲା। ଦୁର୍ଦ୍ଦିନ ସମୟରେ ନାରାୟଣ ସେବା ସଂଗଠନର ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କାରାଯାଇଛି। ସହାୟତା ଦେବା ସମୟରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଅଗ୍ରୱାଲ, ଲାଲ ସିଂ ଭାଟି, ସରତ କୁମାର ଦାଶ ଙ୍କ ସଂସ୍ଥାର ବହୁ ସହଯୋଗୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସଫଳ କରାଇବାରେ ଦୃଷ୍ଟି ହୀନ ସଙ୍ଘର କେୟାର ଟେକର ରଶ୍ମିରଞ୍ଜନ ସାହୁ ସହଯୋଗ ମଧ୍ୟ କରିଥିଲେ।
