ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୭ ପରିଚୟ ଫାଉଣ୍ଡେସନ୍ ଓ ଟେକ୍ ମହିନ୍ଦ୍ରା ପକ୍ଷରୁ ଖୋର୍ଦ୍ଧା ଗାମୁଛା ପ୍ରସ୍ତୁତ କରୁଥିବା ବୁଣାକାରଙ୍କୁ କୋଭିଡ୍ ସହାୟତା ଅଭିଯାନ ଜାରି ରହିଛି । ଆଜି ବେଗୁନିଆ ହୀରାପୁର ପଞ୍ଚାୟତ ଓ ବୋତଲମା ପଞ୍ଚାୟତର ୬୦୦ ବୁଣାକାର ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । କୋଭିଡ୍ ମହାମାରୀ ଯୋଗୁ ଏହି ବୁଣାକାରମାନେ ଦୁର୍ଦ୍ଦିନ ଭିତରେ ଅଛନ୍ତି । ଦିନକୁ ଦୁଇ ଓଳା ଖାଦ୍ୟ ଯୋଗାଡ କରିବା ବି ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଖୋର୍ଦ୍ଧା ଗାମୁଛାର ବହୁତ ଚାହିଦା ଥିଲେ ବି କୋଭିଡ୍ ଯୋଗୁ ବେପାର ପୂରା ଠପ୍ ହୋଇଯାଇଛି । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ପରିଚୟ ଫାଉଣ୍ଡେସନ୍ । ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ର ଶୋର୍ମି ରୟ ଚୌଧୁରୀ ଓ ରଶ୍ମି ମହାନ୍ତି ଉପସ୍ଥିତ ରହି ଏହି ସାମଗ୍ରୀ ବାଣ୍ଟିଛନ୍ତି । ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ଜଗଦ୍ଦେବ, ମଦନ ସାମନ୍ତସିଂହାର, ଶରତ କୁମାର ଜୟସିଂହ ଓ ପ୍ରଫୁଲ୍ଲ ସାମନ୍ତସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
