
ଭୁବନେଶ୍ୱର, ନିରପେକ୍ଷ ଖବର:ତା.୦୧/୧୨ ଭାରତର ପ୍ରଥମ ସାଲୁନ ଏବଂ କେଫ୍ , ଓଡିଶାର ପ୍ରଥମ ଭ୍ରାମ୍ୟମାଣ ମୋବାଇଲ ବିଉଟି ଭୁବନେଶ୍ୱର ଇମ୍ଫୋସିଟ ଛକ ନିକଟରେ ପ୍ଲାଜା ଇମ୍ଫସିଟି ଠାରେ ବିଶେଷ ଆଡମ୍ବର ସହକାରେ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଏବଂ ଭୁବନେଶ୍ୱର ସର୍କଲ ଏସ୍ .ବି.ଆଇ. ଚିଫ୍ ଜେନେରାଲ ମ୍ୟାନେଜର ଶ୍ରୀମତୀ ପ୍ରଭିନା କଳା ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରିବନ କାଟି ଉଦ୍ଘାଟନ କରିଥିଲେ ।
ନିଜର ଆଭିମୁଖ୍ୟ ପ୍ରକାଶ କରିବାକୁ ଯାଇ ନାନ୍ସି ମେକଅପ୍ ଷ୍ଟୁଡିଓ ଏବଂ ଏକାଡେମୀର ମାଲିକାଣୀ ମିସ୍ ନାନ୍ସି କହନ୍ତି , ଆଜିର ପ୍ରତିଯୋଗିତାପୂର୍ଣ୍ଣ ପ୍ରସାଧନ ଶିଳ୍ପ କ୍ଷେତ୍ରରେ ଗ୍ରାହକ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିଜେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀ ଏବଂ ଏଗୁଡିକର ଗୁଣାତ୍ମକ ମାନ ସଂପର୍କରେ ସେମାନେ ବିଶେଷ ଭାବେ ସଚେତନ ।ପ୍ରତ୍ୟେକ ଗ୍ରାହକ ନିଜ ଅର୍ଥବିନିଯୋଗର ଉପଯୁକ୍ତ ମୂଲ୍ୟ ଚାହିଁଥାନ୍ତି । କିଛିଟା ସ୍ୱତନ୍ତ୍ର କାର୍ଯ୍ୟପାଇଁ ସେମାନେ ଅଧିକ ଖର୍ଚ୍ଚକରିବାକୁ ମଧ୍ୟ ପଛାଇ ନଥାନ୍ତି ।
ଏହି ଭ୍ରାମ୍ୟମାଣ ବିଉଟି ସଂସ୍ଥା ଗ୍ରାହକମାନଙ୍କୁ ସେମାନଙ୍କର ଘର ପାଖରେ ଶୀତତାପ ନିୟନ୍ତ୍ରିତ ଭ୍ୟାନ୍ ଭିତରେ ସେମାନଙ୍କର ନିରାପତା ଏବଂ ବ୍ୟକ୍ତିଗତ ଗୋପନୀୟତା ରକ୍ଷାକରି ଗୁଣାତ୍ମକ ସେବା ଯୋଗାଇ ପାରିବ ।
ଆଉ ମଧ୍ୟ ନାନ୍ସି କହିଥିଲେ , ଏହି ମୋବାଇଲ ବିଉଟି ଭ୍ୟାନରେ ଦମ୍ପତି ଏବଂ ଅନ୍ତରଙ୍ଗ ବନ୍ଧୁମାନେ ଅନ୍ତତଃ କିଛି ସମୟ ଏକାଠି ବିତାଇ ପାରିବେ । ଏଠାରେ ନିଶୁଳ୍କ ଓାଇଫାଇର ସୁବିଧା ମଧ୍ୟ ଉପଲବ୍ଧ ।
ନାନ୍ସି କୌଣସି ଖ୍ୟାତନାମା ସଂସ୍ଥାର ବ୍ରାଣ୍ଡକୁ ନଆପଣେଇ , ନିଜ ନାମରେ ସଂସ୍ଥାକୁ କାହିଁକି ନାମିତ କରିଛନ୍ତି , ବୋଲି କେତୋଟି ପ୍ରଶ୍ନର ଉତର ଦେବାକୁ ଯାଇ ସେ କହନ୍ତି – କୌଣସି ବ୍ରାଣ୍ଡ ଅଧୀନରେ କାମକଲେ ନିଜର ଉଦ୍ଦିଷ୍ଟ ଗୁଣାତ୍ମକ ମାନ ରକ୍ଷାକରିବାରେ ଅସୁବିଧା ହୋଇପାରେ ।ତେଣୁ ସେ ଏହାକୁ ନିଜ ନାମରେ ନାମିତ କରିଛନ୍ତି ।
ନିଜ ସ୍ୱାମୀ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ,ଦୁଇ ସନ୍ତାନ ଅଂଶ୍ ଏବଂ ଅନୁଶ୍ରୀ ,ଶଶୁର ଶ୍ରୀ ଏମ୍.ଆର.ଶ୍ରୀବାସ୍ତବଙ୍କ ଉପସ୍ଥିତିରେ ସେ ଏସ୍.ବି.ଆଇ ଏବଂ ବିଶେଷତଃ ଭୁବନେଶ୍ୱରର ବାସିନ୍ଦା ମାନଙ୍କୁ ସେମାନଙ୍କର ସହଯୋଗପାଇଁ ଧନ୍ୟବାଦ ଜଣାଇ ଥିଲେ ।
ଶ୍ରୀମତୀ ପ୍ରଭିନା କଳା , ନାନ୍ସିଙ୍କର ଆତ୍ମନିଯୁକ୍ତି ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କ ସଂସ୍ଥାର ଉତରୋତର ଉନ୍ନତି କାମନା କରିଥିଲେ ।
ମୁଖ୍ୟ ଅତିଥି ମିସ୍ ଭୂମିକା ଦାଶ ନାନ୍ସିଙ୍କର ଉଦ୍ୟମକୁକୁ ପ୍ରଶଂସା କରି ଏହା ଓଲିଉଡ୍ କଳାକାର ମାନଙ୍କ ପାଇଁ ବିଶେଷ ସହାୟକ ହେବବୋଲି ମତ ପ୍ରକାଶ କରିଥିଲେ ।
