ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୯/୦୮ ଉତ୍କଳ ଦୃଷ୍ଟିହୀନ ସଂଘ ଭୁବନେଶ୍ୱର ଠାରେ ୭୫ତମ ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଂଘର ଉପ-ସଭାପତି ହେମ ସାଗର ପାଣିଗ୍ରାହୀଙ୍କ ପୌରହିତ୍ୟରେ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସଙ୍ଘର ବିଶିଷ୍ଟ ସଦସ୍ୟ ତଥା ସାଧାରଣ ସମ୍ପାଦକ ଶରତ କୁମାର ଦାସ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଆକ୍ସନଏଡ ତରଫରୁ ସହ ନିର୍ଦେଶକ ଦେଵବ୍ରତ ପାତ୍ର ଏବଂ ତାଙ୍କର ସହଯୋଗୀ ଶୁଭେନ୍ଦୁ କୁମାର ରାୟ ଯୋଗ ଦେଇ ଦୃଷ୍ଟିହୀନମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ।ଏହା ସହ ଉପସ୍ଥିତ ଅତିଥି ବୃନ୍ଦ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ସ୍ଵାଧୀନତା ସଂଗ୍ରାମର ପୂର୍ବା ଗାଥା ଉପରେ ଆଲୋକପାତ କରିଥିଲେ ଓ ଦେଶର ଐକତା ଓ ସମୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ। ସଙ୍ଘର କାର୍ଯ୍ୟାଳୟ ସମ୍ପାଦକ କପିଳ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
