Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଓଡ଼ିଶାର ଅଗ୍ରଣୀ ମସଲା ବ୍ରାଣ୍ଡର ବିଜ୍ଞାପନ ନିର୍ଦ୍ଦେଶନା ସହିତ ଓଡ଼ିଶା ବଜାରରେ ପାଦ ଥାପିଛନ୍ତି ଲୋକପ୍ରିୟ ଫିଲ୍ମ୍ ନିର୍ମାତା ନୀଲ୍ ଦାସଗୁପ୍ତା

0

ଭୁବନେଶ୍ୱର,ନିରପେକ୍ଷ ଖବର: ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି । ଏଫଟିଆଇଆଇ, ପୁଣେ ରୁ ‘ଫିଲ୍ମ୍ ଆପ୍ରିସିଏସନ୍‌’ ଡ଼ିଗ୍ରୀ ହାସଲ କରିଥିବା ନିଲ୍ ଏଜାବତ୍ ୨୫୦ ବିଜ୍ଞାପନ ସହିତ ଗୋଟିଏ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇସାରିଛନ୍ତି । ବିଜ୍ଞାପନ ନିର୍ମାଣ କ୍ଷେତ୍ରରେ ପ୍ରାୟ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନୀଲ୍ ଦାସଗୁପ୍ତା ରେଡ଼ିଫ୍ୟୁଜନ୍‌, ଡ଼ିଡ଼ିବି ମୁଦ୍ରା, ବେଟ୍ସ କ୍ଲାରିଓନ୍‌, ମ୍ୟାକକାନ୍ ଏବଂ ଗ୍ରେ ୱାର୍ଲ୍ଡ ଭଳି ବିଭିନ୍ନ ଏଜେନ୍ସିରେ ମୁମ୍ବାଇ ଏବଂ କୋଲକାତାରେ କାମ କରିଛନ୍ତି । ଇଭିପି ଏବଂ କାର୍ଯ୍ୟନିର୍ବାହୀ କ୍ରିଏଟିଭ୍ ଡ଼ାଇରେକ୍ଟର ଭାବରେ ତାଙ୍କର ଶେଷ କାମ ରେଡ଼ିଫ୍ୟୁଜନରେ ଥିଲା । ତାଙ୍କର କ୍ରେଡ଼ିଟ୍ ତାଲିକାରେ ଆଇଟିସି, ଫୋଲ୍ସୱେଗେନ୍‌, କୋଲଗେଟ୍‌, ଗୋଲ୍ଡ ଫ୍ଲେକ୍‌, ଟାଟା ଟ୍ରଷ୍ଟ, ଟାଟା ଷ୍ଟିଲ୍‌, ବେଦାନ୍ତ, ତାଜ୍‌ଗ୍ରୁପ୍‌, ଏୟାରଟେଲ୍‌, ଏମଟିଏସ୍‌, ଏଭେରୀ, ଟାଟା ମୋଟର୍ସ, ରିଲିଏନ୍ସ, ଓନିଡ଼ା, ଟିଭିଏସ୍ ଟାୟାର, ଇମାମି, ଏବିପି, ଶ୍ୟାମ ଷ୍ଟିଲ, ହୋଚାଇ, ନୁଭୋକୋ ଏବଂ ଜୀ ଟିଭି ଭଳି ଖ୍ୟାତିନାମା ଜାତୀୟ ଏବଂ ଆର୍ନ୍ତଜାତୀୟ ବ୍ରାଣ୍ଡ ଅନ୍ତର୍ଭୁକ୍ତ ରହିଛି । ସେ ବିରାଟ କୋହଲି, ୟୁଜଭେନ୍ଦ୍ର ଚହଲ, ବ୍ରେଣ୍ଡନ ମ୍ୟାକୁକୁଲମ, ଏବି ଡ଼ିଭିଲର୍ସ, ଏମଏସ ଧୋନି, ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ, ଦୀନେଶ କାର୍ତ୍ତିକ୍‌, ଫରହାନ ଅଖତର, କଙ୍ଗନା ରାନାୱତ, ସୌରଭ ଗାଙ୍ଗୁଲି, ପ୍ରୋସେନଜିତ, ଜୟ ଅହସାନ, ଅର୍ପିତା ଚାଟ୍ଟାର୍ଜୀ, କ୍ୱାରାଜ୍ ମୁଖାର୍ଜୀ, ତୁଲିକା ବୋଷ ଏବଂ ୨୦୧୯ ଫେମିନା ମିସ୍ ଇଣ୍ଡିଆ ବିଜେତା ଆଦି ଅନେକ ସେଲିବ୍ରେଟିଙ୍କ ସହିତ କାମ କରିସାରିଛନ୍ତି । ଅନ୍ୟାନ୍ୟ ସ୍ୱୀକୃତି ସହିତ ସେ ୱାନ୍ ସୋ,କାନ୍ସ ଲାୟନ୍ସ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ କ୍ରିଏଟିଭ୍‌, ଗୋଆ ଫେଷ୍ଟ ଏବଂ ଅନେକ ଆଞ୍ଚଳିକ ପୁରସ୍କାର ମଧ୍ୟ ଜିତିଛନ୍ତି । ତାଙ୍କ ନେତୃତ୍ୱାଧିନ ଏଜେନ୍ସି କୋଲକାତା ପୁରସ୍କାର ଉତ୍ସବରେ କ୍ରମାଗତ ପାଞ୍ଚବର୍ଷ ପାଇଁ ‘ଏଜେନ୍ସି ଅଫ୍ ଦି ଇୟର’ ଟାଇଟଲ୍ ଜିତିଥିଲା । ବିଭିନ୍ନ ଅନୁଷ୍ଠାନର ଜଣେ ପରିଦର୍ଶକ ପ୍ରଫେସର ଭାବରେ, ଯୋଗାଯୋଗ ବ୍ୟବସାୟରେ ଅନେକ ଯୁବଗୋଷ୍ଠୀଙ୍କ ସହିତ ନିଲ୍ ନିଜର ଜ୍ଞାନ ବାଣ୍ଟିଥିଲେ । ବ୍ରେନ୍ସପନ୍ କମ୍ୟୁନିକେସନ୍ ହେଉଛି ନିଲ୍ ଦାସଗୁପ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପୂର୍ବ ଭାରତର ଏକ ଅଗ୍ରଣୀ କଣ୍ଟେଣ୍ଟ ମେକିଙ୍ଗ୍ ହାଉସ୍ । ଯିଏକି ଭାରତର ଅନେକ ଶୀର୍ଷ ବିଜ୍ଞାପନ ଏଜେନ୍ସି ଗୁଡ଼ିକରେ ୨୫ ବର୍ଷରୁ ଅଧିକ ସମୟ ବିଜ୍ଞାପନରେ ବିତାଇଛନ୍ତି । କଣ୍ଟେଣ୍ଟ ହାଉସ୍ ଆଇଟିସି, ରୁଚି ମସଲା, ସନୋକୋ, ଜି.କେ.ବି ନୋଭା, ପଶ୍ଚିମବଙ୍ଗ ପର୍ଯ୍ୟଟନ, ଏଭେରିଡ଼ାଇ, ଉଡ଼େନ୍ ରିଅଲିଟି, ଡ଼ାବର ଏବଂ ଜୀ ବଙ୍ଗାଳୀ ଆଦି ପାଇଁ ଅନେକ ଜଣାଶୁଣା ଅଭିଯାନକୁ ସଫଳ କରିଛି । ଓଡ଼ିଶାରେ ତାଙ୍କ କାର୍ଯ୍ୟର ଯାଦୁ ବିସ୍ତାର କରିବାର ଲକ୍ଷ୍ୟ ନେଇ ନୀଲ୍ ଦାସଗୁପ୍ତା ନିକଟ ଭବିଷ୍ୟତରେ ଆହୁରି କିଛି ସ୍ଥାନୀୟ ବ୍ରାଣ୍ଡ ସହିତ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ହକି ୱିଜାର୍ଡ଼ ମେଜର ଧ୍ୟାନଚାନ୍ଦଙ୍କ ଉପରେ ଆଧାରିତ ଆଗାମୀ ଜାତୀୟ ଡ଼କ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ଇଷ୍ଟ ଇଣ୍ଡିଆନ୍ ଏଣ୍ଟରଟେନମେଣ୍ଟର ଜଣାଶୁଣା ପ୍ରଯୋଜନା ଏବଂ ବିଜ୍ଞାପନ ନିର୍ମାଣକାରୀ ସଂସ୍ଥା ସିଗ୍ନେଚର ୨୪ ପ୍ରଡ଼କ୍ସନସ୍‌ର ପରିଚିତ ଚେହେରା ଜୋୟିତା ରୟ ଏବଂ ପ୍ରତୀକ କୁମାର ମିଶ୍ରଙ୍କୁ ସହଯୋଗ କରିଛନ୍ତି ।

Mo sapath

Leave A Reply

Your email address will not be published.