ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୧୨/୨୧ ଚନ୍ଦ୍ରଶେଖରପୁର ଶାଖା ଇଉନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ,ସଂପ୍ରତି ସୈନିକସ୍କୁଲ ଭୁବନେଶ୍ୱରକୁ ଏହାର ସି.ଏସ.ଆର . ଯୋଜନାରେ କ୍ୟାଡେଟ୍ ମାନଙ୍କର କ୍ରୀଡା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ୧୦୦ଟି ବାଇସାଇକେଲ ପ୍ରଦାନ କରାଯାଇଛି। ପ୍ୟାରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସାଧାରଣ ସଭାରେ
ଇଉନିୟନ ବ୍ୟାଙ୍କର ଆଂଚଳିକ ମୁଖ୍ୟ ଶ୍ରୀ ଶୁଭମ୍ ସେନ ଗୁପ୍ତା , ଚନ୍ଦ୍ରଶେଖରପୁର ଶାଖା ପରିଚାଳକ ଶ୍ରୀ
ପି.ଚୌଧୁରୀ , ସୈନିକସ୍କୁଲ ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ,ଉପାଧ୍ୟକ୍ଷା କମାଣ୍ଡର ଉଷା ସାଙ୍ଗଓାନ, ବରିଷ୍ଠ ଅଧ୍ୟାପକ ଶ୍ରୀ ବି. ପ୍ରଧାନ ,ସାଇକେଲ ହବି ମାଷ୍ଟର ଇନ୍ ଚାର୍ଯ ଶିକ୍ଷକ ଶ୍ରୀ ଏସ.କେ.ମିଶ୍ର , ଇଉନିୟନ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ , ସୈନିକସ୍କୁଲର କର୍ମଚାରୀ ଓ କ୍ୟାଡେଟ୍ ମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍. ଡୋମିନିକ ରାୟନଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ସାଇକେଲ ପ୍ରଦାନ କରିଛନ୍ତି । କ୍ୟାଡେଟ ମାନଙ୍କର ସ୍ପୋର୍ଟସ୍ କାର୍ଯ୍ୟକ୍ରମର ଅଭିବୃଦ୍ଧି ନିମନ୍ତେ ସୈନିକସ୍କୁଲରେ ସାଇକେଲ ହବି କ୍ଲବ
ସ୍ଥାପନ କରାଯାଇଛି ବୋଲି ଅଧ୍ୟକ୍ଷ ଗ୍ରୁପକ୍ୟାପ୍ଟେନ ରାୟନ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଥିଲେ ।ଏହାଦ୍ୱାରା କ୍ୟାଡେଟମାନେ ସାଇକେଲ ଅଭିଯାତ୍ରାରେ ସାମିଲ ହୋଇପାରୁଛନ୍ତି । କ୍ୟାଡେଟ୍ ମାନଙ୍କର ଉନ୍ନତି ଉଦ୍ଦେଶ୍ୟରେ ଇଉନିୟନ ବ୍ୟାଙ୍କ କର୍ତୃପକ୍ଷଙ୍କର ଏତାଦୃଶ ପ୍ରୋତ୍ସାହନ ପାଇଁ ସୈନିକସ୍କୁଲ ଅଧ୍ୟକ୍ଷ , ପୁରାତନ ଛାତ୍ରସଂସଦ ଏବଂ କର୍ମଚାରୀ ଗଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।
