
ଭୁବନେଶ୍ୱର,ନିରପେକ୍ଷ ଖବର:୦୨.୧୨.୨୦୧୯; ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନେ ମଧ୍ୟ କିଛି କମ୍ ନୁହନ୍ତି,
ସରକାରଙ୍କ ଦ୍ୱାରା ନିଆଯାଇଥିବା ବିବିଧ ପଦକ୍ଷେପର ଫଳ ସ୍ୱରୂପ ସେମାନେ ଆଜି କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିଦ କରିଛନ୍ତି ବୋଲି ଆଜି ହୈାସଲା – ୨୦୧୯ର ଉଦ୍ଯାପନୀ ଉତ୍ସବରେ ମତ ପ୍ରକାଶ ପାଇଛି । ଭୂବନେଶ୍ୱରର ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡାଙ୍ଗନରେ ୨ ଦିନ ଧରି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଏହି ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଠି ରାଜ୍ୟର
କୋଣ ଅନୁକୋଣରୁ ୩୦ ଗୋଟି ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନର ୧୧୦୮ ଜଣ ଅନ୍ତେଃବାସୀ କ୍ରୀଡା ନୈପୂଣ୍ୟ ପ୍ରର୍ଦଶନ କରିଥିଲେ । ଯେଉଁଠି ରାଜ୍ୟର ଉପାନ୍ତ ଅଂଚଳ ଜିଲ୍ଲା ଯଥା ମାଲକାନାଗିରି, କେଉଁଝର କୋରାପୁଟ ପରି ଜିଲ୍ଲାର ଶିଶୁମାନେ ମଧୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ।ଏଥିରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀମତି ଅନୁ ଗର୍ଗ ଯୋଗଦାନ କରି ବିଜୟୀ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଜାତୀୟ
ପ୍ରତିଯୋଗୀତାରେ ସଫଳତାକୁ ବହୁଗୁଣିତ କରିବାକୁ ଆହ୍ୱାନ ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ ଓ ବିଭାଗର ଉପଦେଷ୍ଟା ଶ୍ରୀମତି ସୁଲତା ଦେଓ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ ।ସଭା ଶେଷରେ ୨୭ଟି ବିଭାଗରେ ୮୬ ଜଣ ଶିଶୁ ଓ ଦଳଙ୍କୁ ପୁରସ୍କୃତ କରାଯାଇଥିଲା । ଫୁଟବଲ୍ ବାଳିକା
ବର୍ଗରେ ଖୋର୍ଧା ଦଳ ରନର୍ସ ଅପ୍ ହୋଇଥିବା ବେଳେ,ମୟୁରଭଞ୍ଜ ଦଳ ଚମ୍ପିୟନ ହୋଇଥିଲେ । ସେହିପରି ଫୁଟବଲ୍ ବାଳକ ବର୍ଗରେ ଭଦ୍ରକ ଦଳ ରନର୍ସ ଅପ୍ ହୋଇଥିବା ବେଳେ, କେନ୍ଦୁଝର ଦଳ ଚମ୍ପିୟନ ହୋଇଥିଲେ ।ଏହି ଉତ୍ସବରେ ବିଭାଗର ଯୁଗ୍ମ ସଚିବ ଶ୍ରୀମତି ରେଗା ଗୀତାରାଣୀ ପଟ୍ଟନାୟକ ଉପସ୍ଥିତ ଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
