ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୬/୦୮ ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି । ଖୁରାନିଆଙ୍କ ନିଯୁକ୍ତି ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ସେ ନିକଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ। ଶ୍ରୀ ଖୁରାନିଆ ଏହା ପୂର୍ବରୁ ସୀମା ସୁରକ୍ଷା ବାହିନୀ (ବି.ଏସ୍.ଏଫ୍)ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଓଡ଼ିଶା କ୍ୟାଡ଼ର ଆଇ.ପି.ଏସ୍ ଶ୍ରୀ ଖୁରାନିଆ ରାଜ୍ୟର ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସ୍.ପି ଭାବେ କାର୍ଯ୍ୟ କରିଛନ୍ତି ଓ କଟକ–ଭୁବନେଶ୍ୱର ପୁଲିସ କମିଶନର ଏବଂ ଦକ୍ଷିଣ ଓ ଉତ୍ତରାଞ୍ଚଳ ଡିଆଇଜି, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।
