ଭୁବନେଶ୍ୱର, ନିରପେକ୍ଷ ଖବର : ତା ୦୨/୦୨ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ବ ରଞ୍ଜନ ଦାଶଙ୍କ ଆହ୍ବାନ କ୍ରମେ ତଥା ବାଲେଶ୍ବର ଜିଲ୍ଲାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ରାଉତ ଙ୍କ ନିର୍ଦେଶ ରେ ସିମୁଳିଆ ଖଣ୍ଡର ଖଣ୍ଡ ସଂଯୋଜିକା ସସ୍ମିତା ନାୟକ ଙ୍କ ନେତୃତ୍ୱରେ ଆଜି ବାଲେଶ୍ବର ଜିଲ୍ଲାର ସିମୁଳିଆ ବ୍ଲକ୍ ଅନ୍ତର୍ଗତ ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟ,ବାଲିଖଣ୍ଡ ଠାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ 01/06/2008 ରୁ 01/06/2018 ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ବଳ୍ପ ବେତନରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଛନ୍ତି ମାତ୍ର ସରକାର ସେମାନଙ୍କୁ ଅନୁଦାନଭୁକ୍ତ ନ କରିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ନୂଆ ସରକାରଙ୍କ ଉପରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିରେନ୍ଦ୍ର ପରିଡ଼ା ଯୋଗଦାନ କରି ଅଧ୍ୟାପକ ଓ କର୍ମଚାରୀଙ୍କ ଦାବି ଯଥାର୍ଥ ବୋଲି ଉପସ୍ଥାପନା କରିବା ସହିତ ସରକାର ସେମାନଙ୍କ ଦାବିକୁ ଯଥାଶୀଘ୍ର ପୁରଣ କରିବାକୁ ଅନୁରୋଧ କରିଛନ୍ତି। ପ୍ରକାଶଯୋଗ୍ୟ ଏ ବର୍ଗର ଅଧ୍ଯାପକ ଓ କର୍ମଚାରୀ ଭୋକ ଉପାସରେ ରହି ମଧ୍ୟ ଶିକ୍ଷାଦାନରୁ ବିରତ ହୋଇନାହାନ୍ତି। ସରକାରଙ୍କୁ ମଧ୍ଯ ସେମାନେ ବିଭିନ୍ନ ଉପାୟରେ ଦୀର୍ଘଦିନ ଧରି ଅନୁରୋଧ କରି ଆସୁଛନ୍ତି। ମାତ୍ର ପରିତାପର ବିଷୟ ଯେ ସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ ନ କରିବାରୁ ସେମାନଙ୍କ ଅସନ୍ତୋଷ ବୃଦ୍ଧି ପାଇବା ସହ ଆଗକୁ ଚରମ ପଦକ୍ଷେପ ନେବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି। ଯଦି ଏହି ଅଧ୍ୟାପକ ଓ ଅଧ୍ୟାପିକା ଶିକ୍ଷାଦାନରୁ ଦୂରେଇ ଯାଆନ୍ତି,ତେବେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିରାଟ ବାଧା ଉପୁଜିବ କାରଣ ପ୍ରାୟ ଓଡ଼ିଶାର ୭୦ ଭାଗ ଛାତ୍ରଛାତ୍ରୀଙ୍କୁ ଏମାନେ ଶିକ୍ଷାଦାନ କରିଆସୁଛନ୍ତି । ତେଣୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ପାଇଁ ନୂତନ ଅନୁଦାନ ନୀତି ପ୍ରକାଶ କରି ସେମାନଙ୍କୁ ଅନୁଦାନଭୁକ୍ତ କରିବାକୁ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସୁଦେଷ୍ଣା ମହାନ୍ତି, ଶର୍ମିଷ୍ଠା ମିଶ୍ର,ପୁଷ୍ପଲତା ତ୍ରିପାଠୀ, ଅଧ୍ୟାପକ ନରହରି ପେଡା, କୈଳାସ ଶଙ୍ଖୁଆ,ମନୋଜ ମଲ୍ଲିକ ଓ ମମତା ଦାଶ ଆଦି ଉପସ୍ଥିତ ରହି ସେମାନଙ୍କର ଦାବିକୁ ଗ୍ରହଣ କରିବାକୁ ବର୍ତ୍ତମାନ ସରକାରଙ୍କୁ ଅନୁରୋଧ କରିବା ସହିତ ଦାବି ପୂରଣ ପାଇଁ ଦୃଢ଼ ଆଶା ପୋଷଣ କରିଛନ୍ତି।
