
ବାରିପଦା(ନିରପେକ୍ଷ ଖବର)ତା-୩/ଡ଼ିସେମ୍ବର/୨୦୧୯-ଗୁରୁ ନାମକ ଶବ୍ଦରେ ପୁଣି ଲାଗିଲା କଳଙ୍କ।ସାରଙ୍କ ପାଖକୁ ଟିଉସନ ପଢିବାକୁ ଆସି ଅସଦାଚରଣ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଏଭଳି ଏକ ସଙ୍ଗୀନ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ସାମ୍ନାକୁ ଆସିଛି। ନାବାଳିକା କଲେଜ ଛାତ୍ରୀଙ୍କୁ ଡକାଇ ଟିଉସନ ରୁମରେ ଅଧ୍ୟାପକ ଜଣଙ୍କ ଅସଦାଚରଣ କରିଥିଲେ।ଅଧ୍ୟାପକ ଜଣକ ହେଲେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଧନ୍ଦାମୂଳକ ବିଭାଗର କମ୍ପ୍ୟୁଟର ଅଧ୍ୟାପକ ନିରୋଜ କୁମାର ବେହେରା। ଛାତ୍ରୀଙ୍କ ଅଭିଯୋଗ କ୍ରମେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷକ ବିରୁଦ୍ଧରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ କେଶ ନମ୍ବର -୧୫୭/୧୯ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।
