Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ ଭକ୍ତି ସାହିତ୍ୟ କାଳଜୟୀ, ଆଧ୍ୟାତ୍ମିକତା ଏହାର ଆଧାର

0

ଭୁବନେଶ୍ୱର,ନିରପେକ୍ଷ ଖବର: ୩୦/୦୬/୨୦୧୯
ଓଡ଼ିଆ ଭକ୍ତି ସାହିତ୍ୟର ପଟାନ୍ତର ନାହିଁ । ଆଧ୍ୟାତ୍ମିକତାକୁ ଆଧାର କରି ଓଡ଼ିଆଙ୍କ ଜୀବନଧାରାକୁ
ପ୍ରଭାବିତ କରିଆସିଛି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଉପଜୀବ୍ୟ କରି ଭକ୍ତିସାହିତ୍ୟ
ସମୁନ୍ନତ ହୋଇଛି ବୋଲି ଏଠାରେ ମତପ୍ରକାଶ ପାଇଛି ।
ଭୁବନେଶ୍ୱର ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ‘ନାଇଜର’ର
ରେଜିଷ୍ଟ୍ରାର ତଥା ବିଶିଷ୍ଟ ଲେଖକ ଡ. ଅଭୟ କୁମାର ନାୟକ ଓଡ଼ିଆ ଭକ୍ତିସାହିତ୍ୟ ଉପରେ ଆଲୋଚନା
କରିଥିଲେ । ଡ. ନାୟକ କହିଥିଲେ ଯେ ସାରଳା ଦାସଙ୍କ ମହାଭାରତଠାରୁ ଆରମ୍ଭ କରି ଜଗନ୍ନାଥ ଦାସଙ୍କ
ଭାଗବତ ଓଡ଼ିଆ ଭକ୍ତିସାହିତ୍ୟର ମାଇଲଖୁଣ୍ଟ ହୋଇ ରହିଛନ୍ତି । ପରବର୍ତ୍ତୀ ସମୟରେ ସନ୍ଥସାହିତ୍ୟ,
ଶୂନ୍ୟବାଦ ଇତ୍ୟାଦି ଓଡ଼ିଆ ଭକ୍ତିସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ରାଶି ରାଶି ଜଣାଣ, ଭଜନ ଏବଂ ଅନ୍ୟାନ୍ୟ
ଭକ୍ତି ଆଧାରିତ ରଚନା ଏବେ ମଧ୍ୟ ଓଡ଼ିଆ ଭକ୍ତିସାହିତ୍ୟର କଳେବରକୁ ବୃଦ୍ଧ କରିଚାଲିଛନ୍ତି । କିନ୍ତୁ
ଆଧ୍ୟାତ୍ମିକ ସାହିତ୍ୟକୁ ଉଚିତ ମର୍ଯ୍ୟାଦା ମିଳିନାହିଁ । ପଞ୍ଚସଖାଙ୍କଠାରୁ ଆରମ୍ଭ କରି ଅତୀତର ସମସ୍ତ
ଭକ୍ତିସାହିତ୍ୟ ଚରନାକାର ପରମ ଭକ୍ତ ଥିଲେ । ଭକ୍ତିସାହିତ୍ୟର ଅଧିକ ପ୍ରସାର ହେବା ପାଇଁ ଉଦ୍ୟମ
ଆବଶ୍ୟକ ବୋଲି ଡ. ନାୟକ କହିଥିଲେ ।
ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ କବି କମଳ
କୁମାର ମହାନ୍ତି ‘ଏ ମାସର କବି’ ଭାବରେ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ପରବର୍ତ୍ତୀ
ପର୍ଯ୍ୟାୟରେ ଜୟଶ୍ରୀ ପଟ୍ଟନାୟକ ଓ ନିରୁପମା କରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ
ଗୁରୁ ମହାନ୍ତି, ପବିତ୍ର ମୋହନ କର, ଯୋଗେନ୍ଦ୍ର ନାୟକ, ପ୍ରଣବ ମିଶ୍ର, ଡ. ବିନୋଦିନୀ ପାତ୍ର, ଶତ୍ରୁଜିତ୍‌,
ସୁଷମା ଲେଙ୍କା, ବୀରେନ୍ଦ୍ର ନାୟକ, ଡ. ରାଜୀବ ଷଡ଼ଙ୍ଗୀ, ପ୍ରିୟରଞ୍ଜନ ସାହୁ, ଡ. ରାଜଲକ୍ଷ୍ମୀ ଜେନା,
ମୀନତି ମିଶ୍ର, ନିରାକାର ମହାଳିକ, ଡ. ସ୍ୱାଇଁ, ବିନୋଦିନୀ ନାୟକ, ମିହିରକାନ୍ତି ଦାଶ, ଭାରତୀଭୂଷଣ
ପଟ୍ଟନାୟକ, ବାସୁଦେବ ମହାନ୍ତି, ଉଦୟନାଥ ତି୍ରପାଠୀ, ସଞ୍ଜୁଲତା ମହାନ୍ତି, ସଂଜୟ ମହାନ୍ତି, ବିଧୂଭୂଷଣ
ତି୍ରପାଠୀ, କାନ୍ତିଲତା ଦାସ, ବାସନ୍ତୀ ତି୍ରପାଠୀ, ଅଶ୍ୱିନୀ କୁମାର ସୁତାର, ସୀମାଞ୍ଚଳ ନାୟକ, ସୁଧୀର
ମଉଡମଣି ଓ ଶୈଳେନ୍ଦ୍ର କୁମାର ଜେନା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

Mo sapath

Leave A Reply

Your email address will not be published.