* ପ୍ରଦୂଷଣ ନୁହେଁ, ପାଣି କେବଳ ଏହି ନୂଆ ଇନ୍ଧନର ବର୍ଜ୍ୟ…
* ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ….


ନୂଆଦିଲ୍ଲୀ,ଭୁବନେଶ୍ୱର,ନିରପେକ୍ଷଖବର:୦୫/୧୨/୧୯:ନୂଆଦିଲ୍ଲୀର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଗୁରୁବାର କାର ଉଦ୍ୟୋଗୀ ସଂସ୍ଥା ଟୋୟୋଟା ଦ୍ୱାରା ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାରରେ ବୁଲିବାର ଅନୁଭବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେବା ସହ ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି କହିଛନ୍ତି । ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ
ହାଇଡ୍ରୋଜେନ୍ ପରିବେଶ ସହଯୋଗୀ ଏବଂ ପରିବହନ କ୍ଷେତ୍ରରେ ସବୁଜ ଇନ୍ଧନଯୁକ୍ତ । ପ୍ରଦୂଷଣ ନୁହେଁ, ପାଣି କେବଳ ଏହି ନୂଆ ଇନ୍ଧନର ବର୍ଜ୍ୟ । ବାୟୋମାସ, ନବୀକରଣ ଉର୍ଜା, ଏଲଏନଜି ସମେତ ବିଭିନ୍ନ ସ୍ରୋତରୁ ହାଇଡ୍ରୋଜେନ ଉତ୍ପାଦନ କରାଯାଇପାରିବ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସଂରକ୍ଷଣ ମଧ୍ୟ
କରାଯାଇପାରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାରର ନିର୍ମାଣରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତଥାପି ଏହାକୁ ନୂଆ
ଟେକ୍ନୋଲୋଜି ମାଧ୍ୟମରେ ଜନତାଙ୍କୁ ସୁହାଇଲା ଭଳି ଶସ୍ତାରେ ନିର୍ମାଣ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଯେ ଭାରତ ଉର୍ଜା ସଂକ୍ରମଣ ଦେଇ ଗତି କରୁଛି ଏବଂ ବିଶ୍ୱ ଉର୍ଜା ସଂକ୍ରମଣକୁ ବହୁଳ ଭାବରେ ପ୍ରଭାବିତ କରୁଛି । ସରକାର ଉର୍ଜା ସଂକ୍ରମଣର ସ୍ଥାୟୀ ଏବଂ ଦାୟିତ୍ୱସମ୍ପନ୍ନ ମଡେଲ ବନାଇବା ପାଇଁ ନୂଆ ରାସ୍ତାର ସନ୍ଧାନରେ ଅଛନ୍ତି । ଆଗାମୀ ଦିନରେ ପରିବେଶକୁ ସ୍ୱଚ୍ଛ କରିବା ଦିଗରେ ମଧ୍ୟ ଏହି ।ଇନ୍ଧନର ବଡ ଭୂମିକା ରହିବ ।
ଏହି ଅବସରରେ ଶ୍ରୀ ପ୍ରଧାନ ହାଇଡ୍ରୋଜେନ ଟେକ୍ନୋଲୋଜି ଉପରେ ସମସ୍ତଙ୍କ ଅବଗତ ନିମନ୍ତେ ଏକ କର୍ମଶାଳା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।
