ଭୁବନେଶ୍ୱର,ନିରପେକ୍ଷ ଖବର: ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର କଥା ଚିନ୍ତା କରୁନାହାନ୍ତି ସରକାର ।


ଏଥି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ୍ ରହିଛି । ଆସନ୍ତା ଜାନୁୟାରୀ ୨୭ ସୁଦ୍ଧା ଏହି ଦାବି ପୂରଣ ନ ହେଲେ ଜାନୁଆରି ୨୭ ତାରିଖରେ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି କହିଛନ୍ତି ।ଏହାର ନେତୃତ୍ୱ ନିଜେ ଜଟଣୀ ବିଧାୟକ ସୁର ରାଉତରାୟ ନେବେ । ଲୋକଙ୍କ ସମସ୍ୟା ପାଇଁ ଏକ ବିଶାଳ ରାଲିରେ ଆସି ସେ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଦେବେ । ଏହାପରେ ଆହୁରି ୧୦୦ ଜଣ ଏପରି କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁର ରାଉତରାୟ ଜଣାଇଛନ୍ତି ।
