Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡ୍ସ

0

ଭୁବନେଶ୍ୱର,ନିରପେକ୍ଷ ଖବର:(୨୯/୧) : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା ପୂରଣ କରିବା ପାଇଁ ଫ୍ୟାସନ ଡିଜାଇନରମାନେ ପ୍ରସ୍ତୁତ କରନ୍ତି ଭଳିକି ଭଳି ଡ୍ରେସ୍ ଡିଜାଇନ୍ ।

Advertising:
Blank space

ଗୋଟିଏ କି ଦୁଇଟି ଡିଜାଇନ୍ ନୁହେଁ ୩ଶହ ପ୍ରକାରର ପୋଷାକ ଭେଟି ଦିଅନ୍ତି ସାଧାରଣ ଲୋକଙ୍କୁ । ଲୋକମାନଙ୍କ ନିକଟରେ ଡିଜାଇନ୍ ପ୍ରଦର୍ଶନ କରିବା ପାଇଁ ପ୍ରିଲ୍ୟୁଡ଼୍‌, ଆଡ଼ିକସନ୍ ଏବଂ ଫ୍ୟାସନ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ସ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୬ଜଣ ବଛା ବଛା ଡିଜାଇନର୍ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ଡିଜାଇନର ସୋ କରିଥିଲେ । ଯଥା-ବ୍ରାଇଡ଼ାଲ୍ କଲେକସନ୍‌, ହ୍ୟାଣ୍ଡଲୁମ୍‌, ରେଡ଼୍ କାରପେଟ୍‌, ପାର୍ଟି କଲେକସନ୍ ଇତ୍ୟାଦି । ଏଥିସହିତ ଓଡ଼ିଶାର ପରମ୍ପରା, କଳାକାରିଗର ପୋଷାକ ମଧ୍ୟ ଡିଜାଇନରମାନେ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ରନ୍‌ୱେ ସପ୍ତାହର ନିର୍ଦ୍ଦେଶକ ଜୋନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଯୋଗ ଦେଇଥିବା ଡିଜାଇନରମାନଙ୍କ ମଧ୍ୟରେ କିଡ଼୍ ଡିଜାଇନର ପାରୁଲ୍ ଖୈତାନ୍ ଯିଏକି ଛୋଟ ପିଲାଙ୍କ ନିମନ୍ତେ ଆକର୍ଷଣୀୟ ଡିଜାଇନ୍ ସୋ କେସ୍ କରିଥିଲେ । ଫ୍ୟାସନ ଡିଜାଇନରେ ଆଠବର୍ଷ ଅଭିଜ୍ଞତା ଥିବା ଭିଚ୍ଚି ବ୍ରାଣ୍ଡର ସୌମ୍ୟା ସାଲିନି ନିଖୁଣ ରଙ୍ଗ ଓ ଫେବ୍ରିକ୍ସ ଦ୍ରବ୍ୟ ସହିତ ବିବାହ ବ୍ରାଇଡ଼ାଲ୍ ଦାକ୍ଷୀଣାତ୍ୟ ଡିଜାଇନ୍ ସୋ କେସ୍ କରିଥିଲେ । ବିଭାବରୀ ବ୍ରାଣ୍ଡର ଜୋସ୍ନା ଦାସ ଯିଏକି ନିଜ ଡିଜାଇନରେ ହ୍ୟାଣ୍ଡଲୁମ୍ ପଟ୍ଟଚିତ୍ର ଓ ହାତ ଏମରୋଡ଼ୋରୀ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ରନୱେ ସପ୍ତାହର ତୃତୀୟ ସଂସ୍କରଣରେ ସେ କାର୍ବନ ନ୍ୟୁଟ୍ରାଲ ନାମକ ଏକ ବିଳାସପୂର୍ଣ୍ଣ ଫ୍ୟାସନ ଡିଜାଇନ ସୋ କେସ୍ କରିଥିଲେ । ମନିଷା ଋତୁପର୍ଣ୍ଣା – ଦକ୍ଷିଣ ଓଡ଼ିଶାର ଛାପ ସହ ଦାକ୍ଷିଣାତ୍ୟର ପ୍ରସିଦ୍ଧ ଲୋକକଥା ଓ ପ୍ରଥା ରସରକେଲିରୁ ଅନୁପ୍ରାଣିତ ହୋଇ ନିଜର ଋତୁପର୍ଣ୍ଣା ଡିଜାଇନ ବ୍ରାଣ୍ଡରେ ଦକ୍ଷିଣ ଓଡ଼ିଶାର ଛାପ ଛାଡ଼ିଛନ୍ତି । ଡିଜାଇନର ଶିବାଶ୍ରୀ ସବୁ ବର୍ଗର ମହିଳାମାନଙ୍କର ରାଜକୀୟ ଓ ବିଳାସପୂର୍ଣ୍ଣ ଡିଜାଇନ କରିବା ସହ ଲେବେଲ୍ ଶିବାଶ୍ରୀ ନାମକ ବ୍ରାଣ୍ଡ ପ୍ରସ୍ତୁତ କରିଛନ୍ତି । ସେହିପରି ଲେବେଲ୍ ଲୋପାମୁଦ୍ରା ବ୍ରାଣ୍ଡର ଲୋପାମୁଦ୍ରା ମଧ୍ୟ ବିଭିନ୍ନ ପ୍ରକାରର ଡିଜାଇନ ସୋ କେସ୍ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ରୋହିତ ଖଣ୍ଡେରୋୱାଲ ।

Mo sapath

Leave A Reply

Your email address will not be published.