ଭୁବନେଶ୍ୱର:(ନିରପେକ୍ଷ ଖବର )୦୨/୦୮/୧୯ : ଶୁକ୍ରବାର ସକାଳ ୯ଟା ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଳୀମନ୍ଦିର ଛକ ନିକଟରେ ନିର୍ମାଣଧନ ରାସ୍ତାରେ ଏକ ସ୍କୁଲ ବସ ଫସି ଯାଇଛି। ବସ ଭିତରେ କୁନିକୁନି ସ୍କୁଲ ପିଲା ରହିଥିଲେ ମଧ୍ୟ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନ ପ୍ରକାଶ ପାଇଛି।
