ଭୁବନେଶ୍ୱର,ନିରପେକ୍ଷ ଖବର: ତା,୦୨/୦୨/୨୦୨୦ ପୋଖରୀପୁଟ ସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଶିକ୍ଷାବିତ
ପ୍ରଫେସର ଡ. ବାସୁଦେବ ଛାଟୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଛାତ୍ରଛାତ୍ରୀମାନେ ଦେଶ ଓ ରାଜ୍ୟର ଭବିଷ୍ୟତ । ତେଣୁ ତାଙ୍କ ପ୍ରଥମରୁ ଉଚିତ୍ ଶିକ୍ଷା, ସଂସ୍କାର, ନିତିନିୟମ ପାଳନ କରିବାପାଇଁ ପିତାମାତା ମାନେ ଯତ୍ନବାନ ନେବା ଉଚିତ୍ । ସମ୍ମାନିତ ଅତିଥିଭାବେ ୟୁଥ ଆଣ୍ଡ ସ୍ପୋର୍ଟ ଅଫିସର ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଚ୍ଚପ୍ରଶଂସା କରିବା ସହିତ ଉତୋରତର କାମନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ
ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରର ବିଦ୍ୟାଳୟର ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ବିଜୟଲାଭ କରିଥିବା କୁନି କୁନି ପିଲାମାନଙ୍କୁ ଓ ଅଭିଭାବକ ମାନଙ୍କ ମଧ୍ୟରେ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହାପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶୀକ୍ଷୟତ୍ରୀ ବନଲତା, ସୁଜାତା, ଅରୁନନ୍ଧତୀ, ସ୍ନିଗ୍ଧା ଓ ନୃତ୍ୟ
ଗୁରୁ ଦିଲ୍ଲୀପ କାର୍ଯ୍ୟକ୍ରମକୁ ପରିଚାଳନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ, ଶତରୁପା, ସୁବାଙ୍ଗୀ, ଅକ୍ସିତା ଓ ଦିବାଂଶୀ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ବିସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ ।
