Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ସରକାରୀ ଅଫିସରଙ୍କ ତୃଟି ଯୋଗୁଁ ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ..

0

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୨.୦୨.୨୦୨୦ ସେଟେଲ୍‌ମେଂଟ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଟି ଗାଁର ସାଧାରଣ ଲୋକଙ୍କର ସ୍ଥିତିବାନ ଜମି ଏବେ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Advertising:
Blank space

ଶ୍ରୀ ରାଉତରାୟ ଗତ ଫେବୃୟାରୀ ୧୧ ତାରିଖରେ ମହାମହିମ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଏ ସଂପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ନିମନ୍ତେ ନିବେଦନ କରିଥିଲେ । ଯଦି ୬ ମାସ ଭିତରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଜଟଣୀବାସୀ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ଲିଖିତ ଆକାରରେ ରାଜ୍ୟପାଳଙ୍କୁ ଜଣାଇଥିଲେ । ଏଠାରେ ପ୍ରକାଶଯୋଗ୍ୟ ଜଗନ୍ନାଥ ଜମି ପରିବର୍ତନ ଏବଂ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ
ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଜମିର ସତ୍ୱାଧିକାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ
ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ
କରିଥିଲେ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ବିଭାଗୀୟ ସଚିବଙ୍କ ସହ ଶ୍ରୀ ରାଉତରାୟଙ୍କ ଆଲୋଚନା
ହୋଇଥିଲା । ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି
ସାରିଛନ୍ତି । ମାତ୍ର ଜଟଣୀରେ ପରିବର୍ତିତ ହୋଇଯାଇଥିବା ଜଗନ୍ନାଥ ଜମିକୁ ସେମାନଙ୍କ ଅସଲ ସତ୍ୱାଧିକାରୀଙ୍କୁ
ଫେରାଇ ଦେବା ସଂପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଆରମ୍ଭ କଲେନାହିଁ । ଜଟଣୀର
ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡା, ଭଁସର, କନ୍ତିଆ, ରଥିପୁର, ଛଣଘର କୁସୁମାଟି, ଜଟଣୀ ଓ
ହରିରାଜପୁର ପ୍ରଭୃତି ୨୩ଟି ଗାଁର ସାଧାରଣ ଲୋକ ଅତି ଦୁଃଖ ଓ ଯନ୍ତ୍ରଣାର ସହ କାଳ କାଟୁଛନ୍ତି । ସେମାନଙ୍କର
ସାତ ପୁରୁଷର ଜମି ୨୦୧୨ ମସିହାରୁ ସରକାରୀ ତୃଟି ଯୋଗୁଁ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ
ସେମାନେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଝିଅ ବାହାଘର, ପିଲାଙ୍କ ପାଠପଢ଼ା, ବେମାର ପାଇଁ ଚିକିତ୍ସା
ବା ଔଷଧ, ନୂତନ ଘର ନିର୍ମାଣର ଖର୍ଚ୍ଚ ପାଇଁ ସେମାନେ ସେମାନଙ୍କର ସ୍ଥିତିବାନ ସମ୍ପତିକୁ ବିକ୍ରୀ କରିପାରୁ ନାହାନ୍ତି ।
ଏଥିପାଇଁ ସେମାନେ ସରକାରୀ ଋଣ, ଆବାସ ବ୍ୟବସ୍ଥା ଏବଂ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ମଧ୍ୟ ପାଇପାରୁ
ନାହାନ୍ତି । ଏଣୁ ନିଷ୍ପତି ଗ୍ରହଣ କରାଯାଇଛି ଯେ ଯଦି ଆସନ୍ତା ୬ ମାସ ଭିତରେ ସେମାନଙ୍କର ସମସ୍ୟାର ସମାଧାନ ନହୁଏ, ତେବେ ରାଜଭବନ ସମ୍ମୁଖରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ସେମାନେ ସମୂହ ଆତ୍ମାହୁତି ଦେବେ।

Mo sapath

Leave A Reply

Your email address will not be published.