Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବୃଦ୍ଧାଶ୍ରମରେ ଅଭିନେତ୍ରୀ ଅଙ୍କିତା ପାଳନ କଲେ ଭାଲେନଟାଇନ ଡେ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା୧୪.୦୨.୨୦୨୦ ରିଖ:- ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି । ସେମାନେ ପ୍ରେମ ଦିବସ ବୋଲି କିଛି ଜାଣିନଥାନ୍ତ।ଆଜି ସେହି ପ୍ରେମ ଦିବସ ଅବସରରେ ରେ , ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଟଙ୍କପାଣି ରୋଡ଼ସ୍ଥିତ ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଆଶ୍ରମରେ ପ୍ରେମ ଦିବସକୁ ନିରାଡ଼ମ୍ବର ସହକାରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି।ଓଡ଼ିଆ ଚଳଚ୍ଚିତ୍ର ମିଠାକଥାର ଅଭିନେତ୍ରୀ ଅଙ୍କିତା ଦାସ ସହ ଚଳଚିତ୍ର ସଂଯୋଜକ ପ୍ରଣୟ ଜେଠି, ସମାଜସେବୀ ରଶ୍ମି ମହାପାତ୍ର,ମିଲି ପଣ୍ଡା,ଅମିତା ବିଶ୍ୱାଳ,ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଯୋଗଦେଇ ଆଶ୍ରମରେ ଥିବା ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ଆଶୀର୍ବାଦ ନେଇଥିଲେ।ସେମାନଙ୍କୁ ମିଠା,ଫଳ ଖୁଆଇ ସେମାନଙ୍କ ଦୁଃଖ କଷ୍ଟ କୁ ଦୂର କରିବାକୁ ଚେଷ୍ଟା କରିଥିଲେ।ଏହି ଅବସରରେ ଟ୍ରଷ୍ଟର ସଦସ୍ୟ ଦମ୍ପତି ତାଙ୍କ ପୁଅର ଜନ୍ମଦିକକୁ ଯୋଗଦେଇଥିବା ଅତିଥି ଓ ଅନ୍ତେବାସିଙ୍କ ଗହଣରେ ଆନନ୍ଦ ସହକାରେ କେକ କାଟି ପାଳନ କରିଥିଲେ।ଆଶ୍ରମରେ ଆଜି ଯେଉଁ ନିଆରା କାର୍ଯ୍ୟକ୍ରମ ହୋଇଥିଲା ଯୋଗଦେଇଥିବା ଅତିଥି ମାନେ ଏ ଭଳି କାର୍ଯ୍ୟକର୍ମ ର ଆୟୋଜକଙ୍କ ଭୁୟସୀ ପ୍ରଶଂସା କରିଥିଲେ ସେମାନେ ଆଜି ଅନ୍ତେବାସିକ ପୁଅ ଝିଅ ନାତି ନାତୁଣୀ ହୋଇ କିଛି ସମୟ ଅତିବାହିତ କରି କହିଥିଲେ ପ୍ରେମ ଦିବସ ଖାଲି ପାର୍କ ଓ ରେଷ୍ଟୁରାଣ୍ଟ ରେ ବସୁଥିବା ପ୍ରେମିକ ପ୍ରେମିକା ମଧ୍ୟରେ ନୁହେଁ ଏଭଳି ନିଆରୀ ଢଙ୍ଗରେ ପ୍ରେମ ଦିବସ ପାଳନ କରିବା ଦ୍ୱାରା ସମାଜକୁ ଏକ ଭଲ ବାର୍ତା ଦେଉଛି। ଟ୍ରଷ୍ଟର ମୁଖ୍ୟ ଶ୍ରୀୟାସ୍ମିତା ପଣ୍ଡା ଙ୍କ ସଭାପତିତ୍ୱରେ ଆଶ୍ରମର ରାଜେଶ ମହାପାତ୍ରଙ୍କ ସହ ପ୍ରସନ୍ନ ନାୟକ,ରାଜେନ୍ଦ୍ର ସାହୂ,ମିଟୁ ମହାରଣା,ନିରଞ୍ଜନ ଦାସ,ଗୀତାଞ୍ଜଳି ବେହେରା ,ଅହମଦ, ସୂର୍ଯ୍ୟମଣି,ଦେବାଶିଷ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Mo sapath

Leave A Reply

Your email address will not be published.