Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ବେରୋଜଗାର ପ୍ରତିବାଦରେ ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ବିଧାନସଭା ଘେରାଓ

0
  1. ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୦/୦୨: ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତ ପାଇଁ ଆଜି ଓଡିଶା ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି । ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ନିଯୁକ୍ତି ମିଳିଛି । ଯାହାକି ନିଯୁକ୍ତି ହାର ମାତ୍ର ୧% । ସେହିପରି ରାଜ୍ୟ ସରକାରଙ୍କର ସ୍କିଲଡ ଓଡିଶା କାର୍ଯ୍ୟକ୍ରମ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୯୩,୦୧୧ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨୧,୬୮୧ ନିଯୁକ୍ତି ପାଇଛନ୍ତି । ସରକାରଙ୍କର ନିଶ୍ଚିନ୍ତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡିଆ ଯୁବପିଢୀଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେବା, ଶିକ୍ଷିତଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା, ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ନହେବା, ରାଜ୍ୟରେ ଥିବା ଘରୋଇ କଂପାନୀମାନଙ୍କରେ ଓଡିଆ ଯୁବକମାନଙ୍କୁ ନିଯୁକ୍ତି ନମିଳିବା, ନିଯୁକ୍ତି ମେଳା ନାଁରେ ଶାସକ ଦଳର ନେତା ଚାନ୍ଦା ଆଦାୟ କରିବା ବିରୁଦ୍ଧରେ ଆଜି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଲି ପୂର୍ବରୁ ଦଳୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଶାସକ ବିଜେଡିର ଅପାରଗତ ଓ ସ୍ଥାଣୁତା କାରଣରୁ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତା ଥିବା ସତ୍ୱେ ଆଜି ଓଡିଆ ଯୁବକ ଯୁବତୀମାନେ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଯୁବକ ଯୁବତୀଙ୍କ ହକ୍ ର ଲଢେଇ ପାଇଁ ବିଜେପି ସଂଘର୍ଷ ଜାରି ରଖିବ । ରାଜ୍ୟରେ ୯ ଲକ୍ଷ ୨୧ ହଜାର ଶିକ୍ଷିତ ବେକାରି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗଂଜାମରେ ଅଛନ୍ତି ୫୫,୫୫୬ ଜଣ ଶିକ୍ଷିତ ବେକାରି ରହିଛନ୍ତି । ରାଜ୍ୟ ସରକାରଙ୍କର ଉଷସରଲ ଗସଦ୍ଭସଗ୍ଦଗ୍ଧରକ୍ସଗ୍ଦ ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ ଚକ୍ସକ୍ଟଶକ୍ସବଜ୍ଞଜ୍ଞର,ଯୁବନୀତି ଏବଂ ବିଜୁ ଯୁବ ବାହିନୀ ପ୍ରୋଗ୍ରାମ ପୁରା ବିଫଳ ହୋଇଛି । ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମେଳାମାନ ଆୟୋଜନ କରାଯାଉଛି । ସେହି ନିଯୁକ୍ତି ମେଳାରେ ବିଭିନ୍ନ ସମୟରେ ଜାଲ୍ ନିଯୁକ୍ତି ପତ୍ର ଦିଆଯାଉଥିବାର ଅଭିଯୋଗ ଆସୁଛି । ନିଯୁକ୍ତି ମେଳା ନାଁରେ ଶାସକ ବିଜେଡି ଦଳର ବିଧାୟକ ଏବଂ ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି । ବିଧାନସଭାରେ ସରକାର ମାନିଛନ୍ତି କି ନିଯୁକ୍ତିମେଳାରେ ଏବେ ସୁଦ୍ଧା ୧, ୧୫,୬୯୮ ଜଣଙ୍କୁ ନିଯୁକ୍ତି ମିଳିଛି । ନିଯୁକ୍ତି ମେଳାରେ ମିଳୁଥିବା ନିଯୁକ୍ତି ସବୁ କମ୍ ଦରମା ଓ ଅଧିକାଂଶ ରାଜ୍ୟ ବାହାରେ ହୋଇଥିବାରୁ ଓଡିଶା ପିଲାମାନେ ଏହା ଦ୍ୱାରା ଲାଭବାନ ହେଉନାହାନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି । ୨୦୦୯ରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ଅଣକୁଶଳି ଓ ଅର୍ଦ୍ଧକୁଶଳି ଶ୍ରମିକମାନଙ୍କ କ୍ଷେତ୍ରରେ ୯୦% ସ୍ଥାନରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ । ସେହିପରି କୁଶଳି କ୍ଷେତ୍ରରେ ୬୦%,ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ । ହେଲେ ଏ ସରକାର ବଡ କାରଖାନା ଯାହା ବି ଅଛି ଏ ରାଜ୍ୟରେ ତାଙ୍କ ସହିତ ସଲାସୁତୁରା କରି ପିସି କାରବାର କରି ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି । ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ଅଣ ଓଡିଆ ପିଲା ନିଯୁକ୍ତି ପାଉଛନ୍ତି ବୋଲି ଶ୍ରୀ ତ୍ରୀପାଠି ଅଭିଯୋଗ କରିଛନ୍ତି । ସେହିପରି ସରକାର ମଧ୍ୟ ଯାହା ନିଯୁକ୍ତି ସରକାରୀ କ୍ଷେତ୍ରରେ ବିଭିନ୍ନ ସରକାରୀ ଅଫିସରେ ରହିବା କଥା ତାହା ଦେଉନାହାନ୍ତି । ରାଜ୍ୟର ୭୦ ଭାଗ ସରକାରୀ ପଦବୀ ଖାଲି । ରାଜ୍ୟରେ ଥିବା ସରକାରୀ କଲେଜରେ ଥିବା ସମୁଦାୟ ୨୩୦୬ଟି ଅଧ୍ୟାପକ ଅଧ୍ୟାପିକ ପଦବୀରୁ ୧୨୬୭ଟି ପଦବୀ ଖାଲି ପଡିଛି । ସରକାର ସରକାରୀ ଶିକ୍ଷକ ପଦବୀବି ପୁରଣ କରୁନାହାନ୍ତି । ଅନେକ ଉଚ୍ଚ ଡିଗ୍ରୀଧାରି ଯୁବକ ଯୁବତୀ ଆଜି ନିଯୁକ୍ତି ନପାଇ ବେକାର ହୋଇ ବସିଥିଲାବେଳେ ସରକାର ନିଯୁକ୍ତି ଦେଉନାହାନ୍ତି । ସେହିପରି ସରକାରୀ ଏଡେଡ କଲେଜମାନଙ୍କରେ ବି ସ୍ଥିତି ଅତି ସଙ୍ଗୀନ । ସମୁଦାୟ ୬୩୬୪ଟି ଅଧ୍ୟାପିକା ଅଧ୍ୟାପକ ପଦବୀରୁ ୧୮୨୪ ଖାଲି । ରାଜ୍ୟର ଅଧା ଡାକ୍ତର ପଦବି ଖାଲି ରହିଛି । ୬୫୩୬ ମଜୁଂରି ପଦବୀରୁ ୩୧୩୩ଟି ପଦବୀ ଖାଲି ପଡିଛି । କେବଳ ଏହି ଦୁଇଟି ବିଭାଗର ନୁହେଁ ବରଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଆଜି ସମାନ ସ୍ଥିତି ରହିଛି ବୋଲି ଶ୍ରୀ ତ୍ରୀପାଠି ଅଭିଯୋଗ କରିଛନ୍ତି ।
Mo sapath

Leave A Reply

Your email address will not be published.