ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୧/୦୨ ଆଜିି ପବିତ୍ର ମହାଶିବରାତ୍ରୀ ।ଶିବରାତ୍ରୀ ଉପଲକ୍ଷେ ସମସ୍ତ ଶିବ ମନ୍ଦିର ଆଜି ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି । ସମସ୍ତ ଶୈବପୀଠରେ ପାହାନ୍ତାରୁ ବାବାଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ବାବାଙ୍କ ଶୈବ ପୀଠର ସ୍ୱତନ୍ତ୍ରତା ରହିଛି । ଶିବରାତ୍ରୀରେ ଏହି ପୀଠର ମହାତ୍ମ୍ୟ ନେଇ ଅତୁଟ ବିଶ୍ୱାସ ରହିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ନିଜର ମନସ୍କାମନା ପୁରଣ ପାଇଁ ଉପବାସ କରିବା ସହିତ ଜାଗରରେ ଦୀପ ଜାଳିଥାନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ଏହି ଶୈବପୀଠରେ ବହୁ ଶ୍ରଦ୍ଧାଳୁ ଆସି ନିଜର ମାନସିକ ରଖିଥାନ୍ତି ।ପୁରାଣ ଅନୁଯାୟୀ ପାତାଳର ଗର୍ଭ ଚିରି ଏଠାରେ ଶିବଲିଙ୍ଗ ଆବିର୍ଭୁତ ହୋଇଛି। ଏହି ଲିଙ୍ଗ ଲିଙ୍ଗଙ୍କ ଭିତରେ ଶ୍ରେଷ୍ଠ ହୋଇଥିବାରୁ ଏହାକୁ ଲିଙ୍ଗରାଜ ଶୈବ ପୀଠ ନାମରେ ନାମିତ କରାଯାଇଛି । ବାବା ଲିଙ୍ଗରାଜ ଶ୍ର୍ରଦ୍ଧାଳୁ ମାନଙ୍କର ସମସ୍ତ ମାନସିକ ପୁରଣ କରିଥାନ୍ତି। ଏହି ପୀଠ କୌଣସି ବରଦାନ ଠାରୁ କମ୍ ନୁହଁ ବୋଲି ସାଧାରଣରେ ବିଶ୍ୱାସ ରହିଛି ।
