Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ?:ବିଜେପି

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୦୨: ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍ ଇଂରାଜି ଭାଷା ପ୍ରତି ମମତା ଅଧିକ ରହିଛି । ଏମ୍ସ କର୍ତୃପକ୍ଷ ଯେଉଁ ନିୟମ ଆଣିଛନ୍ତି ସେଥିରେ କୌଣସି ସ୍ଥାନରେ ଲେଖା ହୋଇନାହିଁ କି ଓଡିଆ ଭାଷାକୁ ବ୍ୟବହାର କରାନଯାଉ ବୋଲି । ସେହିପରି ରୋଗୀ ସେବା ସର୍ମ୍ପକିତ ବା ରୋଗୀମାନଙ୍କ ସହିତ ସିଧାସଳଖ ଜଡିତ ବିଭାଗ ମାନଙ୍କରେ କୌଣସି ଭାବରେ ବି ଏ ନେଇ ପରିବର୍ତନ ଅଣାଯାଇନାହିଁ । ରୋଗୀ ଯେଉଁ ଭାଷା ବୁଝିବେ ସେହି ଭାଷାରେ ହିଁ ଡାକ୍ତର ଓ ନର୍ସ ବା କର୍ତୃପକ୍ଷ ସେମାନଙ୍କ ସହିତ ସେହି ଭାଷାରେ କଥା ହେବେ । କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇନାହିଁ । ଓଡିଆ ରୋଗୀଙ୍କ ସହିତ ସମସ୍ତ ଯୋଗାଯୋଗ ଓଡିଆ ଭାଷାରେ ହେବ । ବିଜୁ ଜନତା ଦଳ ବିନା ଆଧାରରେ ଭ୍ରମିତ କରୁଛି ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ।
ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଏମ୍ସରେ ଏମବିବିଏସ ଓ ନର୍ସିଙ୍ଗରେ ପିଲାମାନଙ୍କୁ ଓଡିଆ ଭାଷାରେ ପାଠ ପଢାଯାଉଛି । ମୋଦି ସରକାର ରେଳ ଟିକଟରେ ଓଡିଆ ଭାଷାର ପ୍ରଚଳନ କଲେ । ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏବେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଏସସିବି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଯେତେ ସେବୁ ସରକାରୀ ଚିଠି ଦିଆନିଆ ହେଉଛି ତାହା କେଉଁ ଭାଷାରେ ହେଉଛି ? କାହିଁକି ଓଡିଆ ଭାଷାରେ ସେଠାରେ ସରକାରୀ କାମ ହେଉନାହିଁ ।
ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି । ଓଡିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ କାହିଁକି ବୋଲି ଖାରବେଳ ପ୍ରଶ୍ନ କରିଛନ୍ତି ।ନ୍ୟାୟାଳୟ ମାନଙ୍କରେ ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି । କାହିଁକି ଓଡିଆ ଭାଷାରେ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉନାହିଁ? ଦେଶର ଅନ୍ୟରାଜ୍ୟ ମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି । ହେଲେ ଓଡିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ । ଆଜି ବିଜୁ ଜନତା ଦଳର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ପିନାକି ମିଶ୍ର ନିଜେ କୁହନ୍ତୁ ସେ ହାଇକୋର୍ଟରେ କେଉଁ ଭାଷାରେ ନିଜର ତର୍କ ରଖିଛନ୍ତି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି କୌଣସି ଆନ୍ତରିକତା ନାହିଁ । କେବଳ ଶସ୍ତା ରାଜନୀତି କରିବା ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି ଶ୍ରୀ ସ୍ୱାଇଁ କହିଛନ୍ତି ।

Mo sapath

Leave A Reply

Your email address will not be published.