ଭୁବନେଶ୍ୱର,ନିରପେକ୍ଷ ଖବର, ୦୨/୦୩/୨୦୨୦ : ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମୁଖ୍ୟ ବକ୍ତା ଓ ଓଡ଼ିଶା କୋଠାବାଡ଼ି ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂହ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପାଣ୍ଡବ ଜେନା ଫାଉଣ୍ଡେସନର ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିôର ନାରାୟଣ ମହାସୁପକାର, ଜିଲ୍ଲା ପରିଷଦ ଜଟଣୀ ଶ୍ରୀଯୁକ୍ତ ଅଜିତ ସାମନ୍ତରାୟ, ଭାରତୀୟ ସଫ୍ଟ ଟେନିସ କୋଚ୍ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପଟ୍ଟନାୟକ ଏବଂ ତୁଷାର ଚାରିଟେବୁଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଦୁଇଟି ପ୍ରମୁଖ ସମ୍ମାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ଓଡ଼ିଶୀ ଶିଳ୍ପୀ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଶତରୁପା ସଙ୍ଗୀତ ସମ୍ମାନ-୨୦୨୦’ ଏବଂ ଓଡ଼ିଶା ଭାଷା ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହ୍ୟିତିକ ଡ. ଲକ୍ଷ୍ମୀକାନ୍ତ ଖୁିଆଙ୍କୁ ‘ଶତରୁପା ସାହିତ୍ୟ ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥଲା । ଏହା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯାଇଥିଲା । କବି ଚିରଞ୍ଜନ ମହାନ୍ତି, ବିମ୍ବାଧର ବାରିକ ଏବଂ ନର୍ମଦା ସାହୁଙ୍କୁ ‘ଶତରୁପା ପ୍ରତିଭା ସମ୍ମାନ-୨୦୨୦’, ଅଭିନେତ୍ରୀ ମମତା ଦାଶ, ନାଟ୍ୟ ନିର୍ଦ୍ଦେଶକ ଅବିନାଶ ଦଣ୍ଡାପଟ, ନୃତ୍ୟ ନିର୍ଦ୍ଦେଶକ ଅମିର ପତିଙ୍କୁ ‘ଶତରୁପା କଳାଶ୍ରୀ ସମ୍ମାନ-୨୦୨୦’, ସମାଜସେବା ପାଇଁ ଅର୍ଜୁନ ବେହେରା. ନିତ୍ୟାନନ୍ଦ ବେହେରା, ସସ୍ମିତା ପାତ୍ର, ଜୟନ୍ତ ଦାସ, ହରପ୍ରସାଦ ଦାସ ଓ ଶିଶିର କୁମାର ମହାପାତ୍ରଙ୍କୁ ‘ଶତରୁପା ସମାଜସେବା ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା । ଅଭୟ କୁମାର ଦାସ, ଅରୁଣ କୁମାର ରାଉତ, ସୁଶାନ୍ତ ପଣ୍ଡାଙ୍କୁ ‘ଶତରୁପା ଯୁବ ସମ୍ବାଦିକ ସମ୍ମାନ-୨୦୨୦’, ତପନ କୁମାର ସ୍ୱାଇଁ, ପ୍ରଗତିବାଦୀ ସନ୍ତୋଷ କୁମାର ପଣ୍ଡା , ସୁରେଶ କୁମାର ସ୍ୱାଇଁଙ୍କୁ ‘ଶତରୁପା ନାରଦ ସମ୍ମାନ-୨୦୨୦’, ଜିତେନ୍ଦ୍ର କୁମାର ଜେନାଙ୍କୁ ‘ଶତରୁପା କ୍ରୀଡ଼ାରତ୍ନ-୨୦୨୦’ ଏବଂ ଗୋପିନାଥ ସେଠୀଙ୍କୁ ‘ଶତରୁପା କ୍ରୀଡ଼ା ପ୍ରଶିକ୍ଷକ ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ସଭାପତିତ୍ୱ କରିଥିଲେ ଗୌରଚନ୍ଦ୍ର ମହାପାତ୍ର । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ସମାରୋହ ଅବସରରେ ଅନୁଷ୍ଠିତ କବିତା ପାଠ ସଂଯୋଜନା ଓ ପରିଚାଳନା କରିଥିଲେ ଆକାଶବାଣୀର ଉପସ୍ଥାପିକା ନର୍ମଦା ଦାସ, ଭଜକୃଷ୍ଣ ମହାନ୍ତି ଓ ଅନୁଷ୍ଠାନର ସହ ସମ୍ପାଦକ କବି ପୂର୍ଣ୍ଣାନନ୍ଦ ମହାନ୍ତି । ଧନ୍ୟବାଦ ଅର୍ପଣ କରିଥିଲେ ଶ୍ୟାମଘନ ମହରଣା ।
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ