ବାଲେଶ୍ଵର, ନିରପେକ୍ଷ ଖବର:ତା ୨୨/୦୪ ବିଶ୍ୱରେ କରୋନା ଏକ ମହାମାରୀ ର ରୂପ ନେଇଛି ଏହା ଫଳରେ ଦିନ ମଜୁରିଆ ଓ ମଧ୍ୟମଶ୍ରେଣୀର ଲୋକ ମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।ତାଲା ବନ୍ଦ କାରଣରୁ ନା କୋଣସି ବେପାର ଚାଲିଛି ନା ପାଖରେ ପଇସା ଅଛି ।କରୋନ ଯେପରି ଲୋକମାନଙ୍କ ଉପରେ ଦାଉ ସାଜିଛି ଏହିପରି ଏକ ମହାବିପଦ ସମୟରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛନ୍ତି ପୁର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା , ଯୁବ ନେତା ଡ଼ଃ ନୀଳମାଧବ ପଣ୍ଡା ଓ ସ୍ଥାନୀୟ ସମାଜ ସେବୀ।ସମସ୍ତେ ଏକତ୍ରିତ ହୋଇ ସିମୂଳୀଆ ବ୍ଲକର -ବରୀ, ଆନନ୍ଦପୁର,ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ର ଦିନମଜୁରିଆ ତଥା ଗରୀବ ଲୋକମାନଙ୍କୁ ମାକ୍ସ୍ ,ସାବୁନ ସହ ଆଳୁ ,ମୁଢି ,ଚାଉଳ ବଣ୍ଟନ କରିଛନ୍ତି। ଏହା ସହିତ ମହିଳା ବିଜେପି ନେତ୍ରୀ ଭାରତୀ ମଲ୍ଲିକ ରିଆ ଗ୍ରାମର ସ୍ତ୍ରୀ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନାରୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ଓ ତାଲା ବନ୍ଦକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି,ଏଥି ସହିତ ସିମୁଳିଆ ବ୍ଳକ ର ସମସ୍ତ ଲୋକମାନଙ୍କ ଦୁଃଖ ଓ ସୁଖରେ ସାଥୀ ହୋଇ ରହିବେ ବୋଲି କହିଛନ୍ତି..

