ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୫ ଲକ୍ ଡାଉନ୍ କାରଣରୁ ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନ ଗୁଡ଼ିକ ବନ୍ଦ ରହିଥିବାରୁ ଦୋକାନୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇଛି ଶହୀଦ୍ ନଗର ୟୁଥ୍ ଆସୋସିଏସନ୍। ଦୋକାନୀ ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରେ ହସ ଟିକେ ଫୁଟାଇବା ପାଇଁ ଆସୋସିଏସନ୍ ଏକ ଛୋଟ ପ୍ରୟାସ ଆରମ୍ଭକରିଛି ଏହି ପ୍ରୟାସ ସହିଦନଗର ୟୁଥ୍ ଆସୋସିଏସନ ର ଲକଡାଉନ ଆରମ୍ଭ ରୁ ଚାଲିଆସୁଅଛି ।
ଆଜି *ସହିଦନଗର ୟୁଥ୍ ଆସୋସିଏସନର* ସଦସ୍ଯ ମାନେ ଭୁବନେଶ୍ୱର ପୌରାଞ୍ଚଳ ସହିଦନଗର ଭବାନୀ ମଲ୍ ଠାରେ ଏହି ଅଂଚଳର ଶେହେରୁ ଉର୍ଦ୍ଧ ଉଠା ଦୋକାନିମାନଙ୍କ ପରିବାର ପାଇଁ ରାସନ ଯୋଗାଇବାର କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ *ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା*, ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମ ଅଧକ୍ଷ *ଶ୍ରୀ ଚିନ୍ମୟ ସାହୁI* ,ଜୟକିରଣ ଟ୍ରଷ୍ଟ ସ୍ୱେଚ୍ଛାସେଵୀ ଅନୁଷ୍ଠାନର ସମ୍ପାଦିକା *ଶ୍ରୀମତୀ ସୁମିତ୍ରା ଜେନା*,ସହିଦନଗର ୱାର୍ଡ ସଭାପତି *ଡ଼ଂ. ଜଗନ୍ନାଥ ମହାପାତ୍ର*,
ଯୁବନେତା *ଶ୍ରୀ ତନ୍ମୟ ସ୍ୱାଇଁ* ,ଆଇନଜୀବୀ *ଶ୍ରୀ ଶୁଭ୍ରାଂଶୁ ତ୍ରିପାଠୀ* ,ସାମ୍ବାଦିକ *ଶ୍ରୀ ସୁରେଶ କର*ବିଜୁଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିବାସହ ରାସନ ସାମଗ୍ରୀ କ୍ରୟ କରିବା ଠାରୁ ବଣ୍ଟନ କରିବା ପର୍ଯ୍ୟନ୍ତ ସରକାରଙ୍କ ଲକ୍ ଡାଉନ୍ ର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବା ସହ ଯଥେଷ୍ଟ ସାମାଜିକ ଦୂରତ୍ୱ ରକ୍ଷାକରୀ ଏହି କାର୍ଯ୍ୟକ୍ରମ ସଫଳ କରାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆସୋସିଏସନ ର ସମସ୍ତ କର୍ମକର୍ତ୍ତା ଙ୍କ ସହ ,ସହିଦନଗର ଅଞ୍ଚଳର ବରିଷ୍ଠ ନାଗରିକ ମନେ ମଧ୍ୟ ଉପସ୍ଥିତି ରହି ବଣ୍ଟନ କାର୍ଯ୍ୟରେ ସାହାଯ୍ୟ କରିଥିଲେ ।
